ଜାଲିଆତି ବିଲଡର ରତିକାନ୍ତ କାନୁନଗୋଙ୍କ ଘର ସିଲ୍ ! ନକଲି ସୁନା ଦେଇ ୫ କୋଟିର ଲୋନ୍ ନେଇଥିଲେ ରତିକାନ୍ତ

28

କନକ ବ୍ୟୁରୋ : ଜାଲିଆତି ବିଲଡରଙ୍କ ଘର ସିଲ । ଋଣ ପରିଶୋଦ ନ’କରିପାରିବାରୁ ରତିକାନ୍ତ କାନୁନଗୋ ନାମକ ଜଣେ ବିଲଡରଙ୍କ ଆଉ ଏକ ଘରକୁ ସିଲ୍ କରିଛି ପ୍ରଶାସନ । ଭୁବନେଶ୍ୱର ଚିନ୍ତାମଣିଶ୍ୱର ସ୍ଥିତ ଘରକୁ ସିଲ୍ କରିଛି ପ୍ରଶାସନ । ପୂର୍ବରୁ ଭୀମଟାଙ୍ଗିରେ ଥିବା ଘରକୁ ସିଲ୍ କରାଯାଇଥିଲା । ନ’କଲି ସୁନା ଦେଇ ରତିକାନ୍ତ ୫ କୋଟିର ଲୋନ୍ ନେଇଥିଲେ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ । ଆଉ ଋଣ ପରିଶୋଧ କରିନ’ପାରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଏହି ମାମଲାରେ ସେ ଜେଲ ମଧ୍ୟ ଯାଇଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :