ଓଡିଶାର ଆଏଲ୍ଏମ୍ଏସ୍ ତରଫରୁ ପୁସ୍ତକ ଉନ୍ମୋଚିତ. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଚାରଧିନ ଥିବା ମାମଲା ୫୯ ପ୍ରତିଶତ ହ୍ରାସ

64

କନକ ବ୍ୟୁରୋ : ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁଥିବା ଏକ ବ୍ୟବସ୍ଥା) ସହାୟତାରେ ଓଡିଶାର ଇଲେକ୍ଟ୍ରେନିକ୍ସ ଏବଂ ସୂଚନା ପ୍ରଯ୍ୟୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ ମନିଟରିଂ ସିଷ୍ଟମ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି । ଏହି ପୁସ୍ତକରେ ଦୃଢ ଓ ନିରବହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି । ଯାହା କି ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଟଭୂମୀ ହ୍ରାସ କରିବାରେ ସହାୟକ ହେବା ସହ ଉନ୍ନତ ତଦାରଖ ତଥା ବର୍ଦ୍ଧିତ ଶାସନ, ସ୍ୱଚ୍ଛ ଓ ଦକ୍ଷ ମାମଲା ପରିଚାଳନା ଏବଂ ନ୍ୟାୟ ପ୍ରଦାନର ଏକ ନୂତନ ଯୁଗକୁ ସୂଚିତ ହୋଇଛି ।

ଏହି ପୁସ୍ତକଟିକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯ୍ୟୁକ୍ତି ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଭାଗର ସଚିବ ମନୋଜ ମିଶ୍ର ଓ ଓକାକର ବରିଷ୍ଟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଆଇଏଲଏମଏସ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ପୁସ୍ତକରେ ଆଇନଗତ ଯାତ୍ରାର ବ୍ୟବସ୍ଥା, ଦୃଶ୍ରମାନ ସୁବିଧା ଉପରେ ବର୍ଣ୍ଣନା ଏବଂ ଭବିଷ୍ୟତ ପାଇଁ ଏକ କାର୍ଯ୍ୟପନ୍ଥା ଉପରେ ସ୍ପଷ୍ଟଭାବେ ଚିତ୍ରଣ କରାଯାଇଛି । ଆଇଏଲଏମଏସ ଓଡିଶା ସରକାରଙ୍କ ୫ଟି ଶାସନ ପ୍ରତିକୃତି ସହିତ ସଂଯୋଗ କରାଯାଇଛି । ଯାହାଦ୍ୱାରା ଓଡିଶା ସରକାରଙ୍କ ଆଇନଗତ ମାମଲାର ଭାର ଅପେକ୍ଷାକୃତ ହ୍ରାସ ପାଇବ । ଡିଜିଟାଲ ସମାଧାନ ଯୋଗୁଁ ଆଇନଗତ ମାମଲାଗୁଡିକର ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବୈଶିଷ୍ଠ୍ୟ ଯେପରି କି, ଶୁଣାଣି ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିର୍ଦ୍ଦେଶ ଏବଂ ପ୍ରତିକ୍ରିୟା ଅନୁପାଳନର ସମୟସୀମା ଜାଣିବା ସହଜ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।

ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗ ଦେଇଥିବା ବିଭାଗୀୟ ସଚିବ ମନୋଜ ମିଶ୍ର କହିଥିଲେ ଏହି ପୁସ୍ତକ ସର୍ବସାଧାରଣଙ୍କ ନିମନ୍ତେ ଉତ୍ତମ ସେବା ଯୋଗାଇବା ବ୍ୟତୀତ ଟେକ୍ନୋଲୋଜୀ ବ୍ୟାଘାତକାରୀ ସମ୍ଭବନା ଉପରେ ଆଲୋକପାତ କରାଇବ । ଆଇନଗତ ମାମଲାର ପରିଚାଳନା କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଅଟେ । ଶୁଣାଣି ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟ ନିର୍ଦ୍ଦେଶ ଏବଂ ପ୍ରତିକ୍ରିୟା ଅନୁପାଳନର ସମୟସୀମା ଜାଣିବରେ ଆଇଏଲଏମଏସ ସୂଚେଇବା ସହିତ ମାମଲାଗୁଡିକର ପରିଚାଳନା କରିବା କ୍ଷେତ୍ରରେ ନିଜର ଅଭିମୁଖ୍ୟ ପ୍ରଦାନ କରିଥାଏ ।

ଓଡିଶାରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାବାଦୀ ଟେକ୍ନୋଲୋଜି ହସ୍ତକ୍ଷେପ ମଧ୍ୟରୁ ଆଇଏଲଏମଏସ ଅନ୍ୟତମ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ମାମଲାଗୁଡିକର ସମାଧାନ ଉପରେ ଅଦ୍ଭୁତପୂର୍ଣ୍ଣ ହ୍ରାସ ଘଟିଥିବା କଥା କୁହାଯାଇଛି ।
ପ୍ରଥମକରି ପରୀକ୍ଷାମୂଳକ ଭାବେ ଏହି ଟେକ୍ନୋଲୋଜିର କାର୍ଯ୍ୟକାରିତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଏହା ପ୍ରଭାବଶାଳୀ ହୋଇଥିବା ଦେଖିବାକୁ ମିଳିଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିଦିନ ହାରାହାରୀ ୧୦ ଟି ମାମଲାରେ ସମ୍ମୁଖୀନ ହେଉଥିଲା । ହେଲେ ଏହି ଟେକ୍ନୋଲୋଜୀ ବ୍ୟବହାର ପରେ ହାରାହାରି ୫୯ ପ୍ରତିଶତ ମାମଲା ହ୍ରାସ ପାଇଥିବା କଥା କୁହାଯାଇଛି ।