ପିପଲି ବୀରପୁରୋଷୋତ୍ତମପୁର ଷ୍ଟେସନ ନିକଟରେ ଆଟାଚ୍ ବୋମା ଗୁଜବ : ଟ୍ରେନ ଚଳାଚଳା ବାଧାପ୍ରାପ୍ତ

35

କନକ ବ୍ୟୁରୋ : ପିପଲି ବୀରପୁରୋଷୋତ୍ତମପୁର ଷ୍ଟେସନ ନିକଟରେ ଆଟାଚ୍ ବୋମା ଗୁଜବ । ରେଳ ଲାଇନ କଡରେ ଆଟାଚଟି ପଡିଥିବାରୁ ସେଥିରେ ବୋମା ଥିବା ନେଇ ସନ୍ଦେହ ହୋଇଥିଲା । ତାପରେ ଷ୍ଟେସନର ଉଭୟ ପାଶ୍ୱର୍ରେ ୫ଟି ଟ୍ରେନ୍ ଅଟକି ରହିଥିଲା । ତେବେ ସାଇଣ୍ଟିଫିକ୍ ଟିମ୍ ପହଁଚି ଆଟାଚ୍ ଖୋଲିବା ପରେ ସେଥିରୁ କିଛି ବାହାରିନଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍‌ ନିକଟସ୍ଥ ରେଳେଓ୍ଵ ଟ୍ରାକ୍‌ରେ ଏକ ଆଟାଚ୍‌ରେ ବିଦ୍ୟୁତ ତାର ଓ ଏକ ପ୍ଲାଷ୍ଟିକ୍ ଡବା ସଂଯୁକ୍ତ ହୋଇ ପଡ଼ିଥିବାର ଦେଖି ରେଳବାଇ ପୁଲିସକୁ କେତେକ ଲୋକ ଜଣାଇଥିଲେ । ଏହି ଆଟାଚ୍‌ରେ ବୋମା ଥିବା ନେଇ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ଏହି ରୁଟରେ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା । ଫଳରେ ବୀରପୁରୁଷୋତ୍ତମପୁର ନିକଟରେ ପୁରୀ- ଓଖା ଟ୍ରେନ ଓ ମେମୁ ଟ୍ରେନ ଅଟକି ଥିବା ବେଳେ ଡେଲାଙ୍ଗ ଷ୍ଟେସନରେ ପୁରୀ- ଅନୁଗୁଳ ଟ୍ରେନ୍‌‍ ଅଟକି ରହିଥିଲା ।

ସେହିପରି ସାକ୍ଷୀଗୋପାଳ ନିକଟରେ ନୀଳାଚଳ ଟ୍ରେନ୍‌ ସହିତ ଅନ୍ୟ ଏକ ଟ୍ରେନ ମଧ୍ୟ ଅଟକି ରହିଥିଲା । ଏହାକୁ ନେଇ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ଏହି ଆଟାଚ୍‌ରେ ବୋମା ଅଛି କିମ୍ବା ନାହିଁ ତାର ତଦାରଖ ପାଇଁ ରେଳବାଇ ପୁଲିସ ଓ ସୁରକ୍ଷା ଅଧିକାରୀମାନେ ପହଞ୍ଚିଥିଲେ । ଜିଆରପି ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଡଗ୍‌ ସ୍କ୍ଵାଡ୍‌ ସହିତ ପହଞ୍ଚି ତଦନ୍ତ କରିବା ପରେଏହା ଏକ ନକଲି ବାମା ବୋଲି ଜଣାପଡ଼ିଥିଲା । ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି ।