ପୁଲିସ ଛାଉଣୀରେ ପରିଣତ ହେଲା ଚାନ୍ଦୁଆ ସହର ପିପିଲି । ଗୁଳିମାଡ ପରେ ବୋମାମାଡ ଯୋଗୁ ବଢୁଛି ଉତ୍ତେଜନା ।

125

କନକ ବ୍ୟୁରୋ: ପିପିଲିରେ ପୁଲିସ ଛାଉଣୀ । ଫେଲ୍ ମାରିଛି ବୁଝାମଣା । ଏହାରି ଭିତରେ ଅଶାନ୍ତ ହୋଇପଡ଼ିଛି ପିପିଲି । ୭ନମ୍ବର ୱାର୍ଡରେ ପୁଲିସ ଛାଉଣୀ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀପାବଳିରେ ବୋମାମାଡ ସହ ଜଣଙ୍କୁ ଗୁଳିମାଡ ହୋଇଥିଲା । ଯାହାଫଳରେ ଅଶାନ୍ତ ହୋଇପଡ଼ିଛି ପିପିଲି । ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବି ସେଠାରେ ଅଶାନ୍ତି ଲାଗି ରହିଛି । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ସେହି ସ୍ଥାନରେ ପୁଲିସର କଡା ପହରା ଲାଗିଛି । ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ୫ ଜଣ ସିନିଅର ଅଫିସର ମୁତୟନ ହୋଇଛନ୍ତି । ସେପଟେ ବୋମାମାଡ ଯୋଗୁ ଅଶାନ୍ତି ବଢିଚାଲିଥିବା ବେଳେ ଭୟେ ରହିଛନ୍ତି ଲୋକମାନେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ବେଳେ କିଛି ଲୋକ ୱାର୍ଡ ଭିତରେ ପଶି ଧମକ ଚମକ ଦେଉଥିବା କହିଛନ୍ତି ୱାର୍ଡ ବାସୀ