ଗୋପରେ ଫେଲ ମାରିଛି ସରକାରୀ ଯୋଜନା। ଆଜିବି ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ଯୋଜନା।

50

କନକ ବ୍ୟୁରୋ: ଫେଲ୍ ମାରିଛି ସରକାରଙ୍କ ଯୋଜନା । କିଛି ଗରିବ ହତାଧିକାରୀଙ୍କ ପାଖରେ ଯେମିତି ସବୁ ଅପହଞ୍ଚ ପାଲଟିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଅଞ୍ଚଳର ଷୋଳପୁର ଗାଁରେ । ଫାଇଲିନ୍ ପରେ ପରେ କିଛି ଲୋକଙ୍କ ସ୍ଥିତିରେ ଆସିପାରିନି ସୁଧାର । ଅତି ଦୟନୀୟ ଅବସ୍ଥାରେ ସେମାନଙ୍କ ଜୀବନ ବିତୁଛି । ଗାଁର ସୁଦର୍ଶନ ବାରିକ । କୁଶଭଦ୍ରା ନଦୀ ଘାଇ ଯୋଗୁ ଘରଦ୍ୱାର ହରାଇ ବସିଛନ୍ତି । ବହୁବାର ଅନୁରାଧ କରିଥିଲେ ବି ତାଙ୍କୁ କୌଣସି ପ୍ରକାର ସହାୟତା ମିଳିପାରିନି ।

ଖରା ବର୍ଷା ଆଉ ଶୀତ କାକରରେ ପଲିଥିନ୍ ତଳେ ବିତୁଛି ତାଙ୍କ ଜୀବନ । ଏକ ସାଇକେଲ ଦୋକାନରେ କାମ କରି ଯାହା କିଛି ମିଳେ ସେଥିରେ ଚଳୁଛି ୫ ପ୍ରାଣୀ କୁଟୁମ୍ବ । ନିଜ ପିଲା ପରିବାର ସହିତ ପାଲଟାଣି ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି । ଘର ଖଣ୍ଡିଏ ଯେମିତି ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଫନି ପରେ ପରେ ଘର ଭଙ୍ଗା ତାଲିକା ପ୍ରସ୍ତୁତ କରାଯାଇଥିଲା । ସେଥିରେ ସୁଦର୍ଶନଙ୍କ ପରିବାର ନାଁ ବି ରହିଥିଲା । ଏପର୍ଯ୍ୟନ୍ତ ନାଁ କେବଳ ତାଲିକାରେ ରହିଗଲା । ନା ମିଳିଲା ସାହାଯ୍ର ସହଯୋଗ ନା ସୁଧୁରିପାରିଲା ସୁଦର୍ଶନଙ୍କ ସ୍ଥିତି । କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ତାଙ୍କ ସ୍ଥିତିରେ ସୁଧାର ଆସି ପାରନ୍ତା ।