ବଲାଙ୍ଗୀରରେ ଉଦଘାଟିତ ହେଲା ଭୀମଭୋଇ ମେଡିକାଲ କଲେଜ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

43

କନକ ବ୍ୟୁରୋ : ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଗତ ଦୁଇ ଦଶନ୍ଧି ଧରି ବଲାଙ୍ଗିର ଜିଲ୍ଳାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା କରିଥିଲେ ତାର ଅନ୍ତ ଘଟିଛି । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।  ଦୁଇ ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଳାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା କରିଥିଲେ ତାର ଅନ୍ତ ଘଟିଛି । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଶେଷ କରି ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ ନାମିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ଏହା ପୂରଣ ହୋଇଥିବାରୁ ବଲାଙ୍ଗୀରବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି ।

ଅନ୍ୟପଟେ ଗତକାଲି ଭୀମଭୋଇ ମେଡିକାଲ କଲେଜର ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ରକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି । ମେଡିକାଲ କଲେଜର ଉଦଘାଟନ ପାଇଁ ଦୁଇ ଦୁଇଟି ନିମନ୍ତ୍ରଣ ପତ୍ର ଛପାଯାଇଥିବା ଜଣାପଡିଛି । ସରକାର ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରିଥିଲେ । ହେଲେ ଶେଷ ମୂହୂର୍ତରେ ଆଉ ଏକ ନିମନ୍ତ୍ରଣ ପତ୍ର ଛପାଯାଇ ପୁଣି ବଣ୍ଟା ଯାଇଥିଲା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଯୋଗଦାନ ସମ୍ପର୍କରେ ସମ୍ମତି ପତ୍ର ମିଳିନଥିଲା ତେଣୁ ପୂର୍ବରୁ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ତାଙ୍କ ନାମ ନଥିଲା । ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ୟ୍ୟାଳୟ ନଡ୍ଡାଙ୍କ ଯୋଗଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ଏଣୁ ତୁରନ୍ତ ଏକ ନୂତନ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ।