ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଗାମୀ ରଣନୀତି ପ୍ରସ୍ତୁତ ସହ ପଦ୍ମପୁର ଉପନିର୍ବାଚନରେ ପରାଜୟର ହେବ ସମୀକ୍ଷା

88

କନକ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଜିଠାରୁ ବିଜେପିର ଦୁଇଦିନିଆ ସାଂଗଠନିକ ବୈଠକ ହେବାକୁ ଯାଉଥିବାରୁ ସେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ । ପଦ୍ମପୁର ଉପନିର୍ବାଚନରେ ଦଳର ପରାଜୟର ସମୀକ୍ଷା କରିବେ ବଂଶଲ ।

ଧାମନଗର ଉପନିର୍ବାଚନ ଜିତିବା ପରେ ବିଜେପି ଦଳ ପୂରା ଜୋରରେ ପଦ୍ମପୁର ପାଇଁ ପ୍ରଚାର କରିଥିଲା । କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ପଛରେ ରହିଯାଇଥିଲେ ଭାରତୀୟ ଜନତା ପ୍ରାର୍ଥୀ ପ୍ରଦୀପ ପୁରୋହିତ । କେଉଁଥି ପାଇଁ ଦଳ ସେଠାରେ ହାରିଲା, ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ କିପରି ମଜଭୁତ ହେବ, ସେନେଇ ଗୁରୁମନ୍ତ୍ର ଦେବେ ସୁନୀଲ ବଂଶଲ । ଏହାସହ ୨୪ ପାଇଁ ରଣନୀତି ପରୀପ୍ରେକ୍ଷୀରେ ତୃଣମୂଳସ୍ତରରେ ଦଳର ସ୍ଥିତି ଅନୁଧ୍ୟାନ କରାଯିବ ।

ଆଜି ଜିଲ୍ଲା ପ୍ରଭାରୀ, ବିଧାୟକ ଓ ସାଂସଦଙ୍କୁ ନେଇ ଏକ ବୈଠକ ବସିବ । ଏହା ପରେ ଅପରାହ୍ଣରେ କୋର୍ କମିଟି ବୈଠକ ବସିବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦଶ୍ୱରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।