୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଲାନ: କାହାକୁ ମିଳିବ ଟିକେଟ, କାହାର କଟିବ ଟିକେଟ, ତାକୁ ନେଇ ଦଳର ମାନସ ମନ୍ଥନ

243

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ରଣନୀତି ତିଆରି ଆରମ୍ଭ କରିଛି । ଯେଉଁଥିରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛି ଦଳ । ସୂଚନା ଅନୁସାରେ ଦୁଇ ଥର ଲୋକସଭା ନିର୍ବାଚନ ଲଢିଥିବା ଚେହେରାଙ୍କୁ ସଂଗଠନ ଦାୟିତ୍ୱ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ବିଚାର କରୁଛି ଦଳଳ । ସେହିଭଳି ସାମାଜିକ, ଅର୍ଥନୈତିକ ଓ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି ବିଜେପି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନୂଆ ଫର୍ମୂଲା ଉପରେ କାମ କରୁଛି ।ଦଳରେ ଥିବା ସାଂସଦମାନଙ୍କ ଟିକେଟ କାଟିବାଠାରୁ ଆରମ୍ଭ କରି ନୂଆ ଚେହେରାଙ୍କ ସୁଯୋଗ ଦେବା ପର୍ଯ୍ୟନ୍ତ ସବୁ ଦିଗରେ ଚାଲିଛି ମାନସମନ୍ଥନ । ଚର୍ଚ୍ଚା ହେଉଛି ଏଥରକ ନିର୍ବାଚନରେ-
-ବିଜେପି ୧୫୦ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇପାରେ
-୨ଥରରୁ ଅଧିକ ଜିତିଥିବା ସାଂସଦଙ୍କ ଟିକେଟ କଟାଯାଇପାରେ
-ସେମାନଙ୍କୁ ସଂଗଠନର ଦାୟିତ୍ୱ ମିଳିପାରେ
-ଯୁବ ପ୍ରତିନିଧି ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱ
-ଦୁଇଥରରୁ ଅଧିକ ନମିଳିପାରେ ରାଜ୍ୟସଭା ଟିକେଟ

ଦେଶରେ ୬୫%ରୁ ଅଧିକ ଲୋକ ଯୁବ ବର୍ଗର । ତେଣୁ ବିଜେପି ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଚାହୁଁଛି । ତେଣୁ ସମସ୍ତଙ୍କୁ ସୁଯୋଗ ଦେବାକୁ ଯାଇ ଏଣିକି ୨ରୁ ୩ଥରରୁ ଅଧିକ ଲୋକସଭା ପ୍ରତିନିଧିତ୍ୱ ଉପରେ ରୋକ ଲଗାଇବାକୁ ଚାହୁଁଛି ।

ବିଜେପିର ସବୁଠୁ ଅଧିକ ସାଂସଦଙ୍କ ବୟସ ୬୦ରୁ ୮୦ବର୍ଷ ମଧ୍ୟରେ ରହିଛି । ୮୦ରୁ ୯୦ବର୍ଷ ବୟସର ଦୁଇଜଣ ସାଂସଦ, ୭୦ରୁ ୮୦ବର୍ଷ ବୟସର ୪୧ଜଣ । ୬୦ରୁ ୭୦ ବର୍ଷ ବୟସର ୧୧୦ଜଣ । ୫୦ରୁ ୬୦ବର୍ଷ ବୟସର ୧୦୨ଜଣ । ୪୦ରୁ ୫୦ବର୍ଷ ବୟସର ୪୭ ଜଣ । ୩୦ରୁ ୪୦ବର୍ଷ ବୟସର ୧୩ଜଣ ସାଂସଦ ରହିଛନ୍ତି । ଲୋକସଭାରେ ବିଜେପିର ୧୩୭ଜଣ ସଦସ୍ୟ ପ୍ରଥମ ଥର ଓ ୯୭ଜଣ ଦ୍ୱିତୀୟ ଥର ପାଇଁ ଜିତିଛିନ୍ତି ।

କେବଳ ବୟସ କିମ୍ବା ସଂଖ୍ୟାକୁ ବିଜେପି ଫୋକସ କରୁନି ବଂର ସେମାନଙ୍କ ଜ୍ଞାନ ଓ ପ୍ରତିଭାକୁ ମଧ୍ୟ ଦଳ ଗୁୁରୁତ୍ୱ ଦେଉଛି । ତେଣୁ ରାଜ୍ୟସଭାରେ ୮୦% ଏଭଳି ସଦସ୍ୟଙ୍କୁ ପଠାଇବାକୁ ଯୋଜନା କରାଯାଉଛି ଯେଉଁମାନଙ୍କ ନିକଟରେ ଆଇନ,ଚିକିତ୍ସା,ବିଜ୍ଞାନ, କଳା, ଆର୍ଥିକ, କୌଶଳ, ପରିବେଶ,ଭାଷାରେ ବିଶେଷ ଜ୍ଞାନ ରହିଛି ।

ବର୍ତମାନ ଲୋକସଭାରେ ସାଂସଦଙ୍କ ହାରାହାରି ବୟସ ୫୪ ବର୍ଷ ରହିଛି । ୫୩% ସାଂସଦଙ୍କର ବୟସ ୨୫ରୁ ୫୫ବର୍ଷ ଭିତରେ ରହିଛି । ଆଗାମୀ ଦିନରେ ବୟସ ସଂଖ୍ୟାକୁ ଗୁରୁତ୍ୱ ଦେଇ ହୁଏତ ଦଳ ୪୧ରୁ ୫୫ବର୍ଷ ବୟସର ଚେହେରାଙ୍କୁ ଟିକେଟ ଦେଇପାରେ । ସେହିପରି ୨୫ରୁ ୪୦ବର୍ଷ ବର୍ଷ ବୟସକଙ୍କୁ ପୁଣି ଥରେ ମିଳିପାରେ ଟିକେଟ ।

ଦଳରେ ଏମିତି କିଛି ଚେହେରା ରହିଛନ୍ତି ଯେଉଁମାନେ ଥରେ କି ଦୁଇଥର ନୁହେଁ ଲଗାତାର ୩ରୁ ୮ଥର ସଂସଦ ପାଇଁ ଟିକେଟ ପାଇଛନ୍ତି । ଏମାନଙ୍କ ମଧ୍ୟରେ ମେନେକା ଗାନ୍ଧୀ, ସନ୍ତୋଷ ଗଙ୍ଗୱାର, ବିରେନ୍ଦ୍ର କୁମାରଙ୍କ ପରି ଚେହେରା ରହିଛନ୍ତି । ତେଣୁ ଏମାନଙ୍କୁ ପରବର୍ତୀ ସମୟରେ ସୁଯୋଗ ଦେବା ନେଇ ଚିନ୍ତା କରିପାରେ ଦଳ ।