ଆରମ୍ଭ ହେଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ! ଆଜି ବୈଠକରେ ଯୋଗଦେବେ ୪ଜଣ କେନ୍ଦ୍ରମନ୍ତ୍ରୀ

22

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜି କାର୍ଯ୍ୟକାରିଣୀରେ ଯୋଗଦେବେ ୪ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭେଡକର, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ଏଥିସହ ବିଜେପିର ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ସୌଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ସମେତ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଯୋଗ ଦେବେ ।