‘ଖୁବଶୀଘ୍ର ଆପ୍ ଏମିତି କିଛି ଖୁଲାସା କରିବ, ବିଜେପି ପାଦତଳୁ ମାଟି ଖସିଯିବ’: ସୌରଭ ଭାରଦ୍ୱାଜ

187

କନକ ବ୍ୟୁରୋ: ନୂଆ ଅବକାରୀ ଆଇନକୁ ନେଇ ଏବେ ଆପ୍ ବିଜେପି ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ । ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ଏହି କ୍ରମରେ ମଙ୍ଗଳବାର ପାର୍ଟି ମୁଖପାତ୍ର ତଥା ଗ୍ରେଟର କୈଲାସର ବିଧାୟକ ସୌରଭ ଭାରଦ୍ୱାଜ କହିଛନ୍ତି ଯେ, ଖୁବ୍ ଶୀଘ୍ର ଆପ୍ ଏପରି କିଛି ଖୁଲାସା କରିବାକୁ ଯାଉଛି ଯାହା ଶୁଣି ବିଜେପି ନେତାଙ୍କ ପାଦତଳୁ ମାଟି ଖସିଯିବ ।

ବିଜେପି ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କୁ କ୍ଷମତାର ଲୋଭ ଦେଖାଇ ନିଜ ଦଳରେ ମିଶାଇବାକୁ ଚାହୁଁଥିଲା । ଏହାସହ ଆପର କିଛି ବିଧାୟକଙ୍କୁ ମଧ୍ୟ ଚଢା ଅର୍ଥ ଦେଇ ଆପକୁ ଭାଙ୍ଗିବାକୁ ଚାହୁଁଥିଲେ ବୋଲି କହିଛନ୍ତି ସୌରଭ ଭାରଦ୍ୱାଜ । ‘ଏତିକିରେ କଥା ସରୁନି ଖୁବ୍ ଶୀଘ୍ର ଆପ୍ ଏପରି କିଛି ଗୁମର ଖୋଲିବାକୁ ଯାଉଛି, ଯାହା ଶୁଣିଲେ ପାର୍ଟି ନେତାଙ୍କ ପାଦ ତଳୁ ମାଟି ଖସିଯିବ’ ।ବୋଲି ଭାରଦ୍ୱାଜ ସତର୍କ କରାଇଛନ୍ତି ।