ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ

142

କନକ ବ୍ୟୁରୋ : ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେପି । ଏପରି ରଣନୀତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଆଜି ବିଜେପିର ସମନ୍ୱୟ କମିଟି ବୈଠକ ବସିବାକୁ ଥିବା ବେଳେ ଆସନ୍ତାକାଲି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ବୈଠକ ହେବ । ସେହିପରି ରବିବାର ସଂଯୁକ୍ତ ମୋର୍ଚ୍ଚା ବୈଠକ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ବିଜେପି ସବୁବେଳେ ପ୍ରସ୍ତୁତ ଅଛି ଏବଂ ରାଷ୍ଟ୍ରୀୟ ପଦାଧୀକାରୀ ବୈଠକରେ ହୋଇଥିବା ନିଷ୍ପତି ଗ୍ରାଉଣ୍ଡରେ ପହଂଚାଇବା ପାଇଁ ଯୋଜନା ପ୍ରସ୍ତୁତ ହେବ । ଏହାସହ ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବିଜେପି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ।