ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ ।

92

ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି ।  ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି ।ଆମ  ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ । ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦  ରୁ ଅଧିକ ପାଲେଷ୍ଟାଇନ୍ର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ।କଙ୍ଗାଳ ହେଇଯାଇଥିବା ପାକିସ୍ତାନୀମାନେ ଆଉ ନୂଆ ବର୍ଷ ପାଳନ କରିବାକୁ ସକ୍ଷମ ହେବେ ନାହିଁ, କାରଣ ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ବାରଣ କରିଛନ୍ତି । ତେବେ ଏହାର କାରଣ ସରକାର ଦେଇଛନ୍ତି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଦିନ ଦେଶରେ ନୂଆ ବର୍ଷ ପାଳନ ଉପରେ ନିଷେଧାଦେଶ ଘୋଷଣା କରି ଯୁଦ୍ଧ ଦ୍ଵାରା କ୍ଷତିଗ୍ରସ୍ତ ଗାଜାର ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବେ। ରାଷ୍ଟ୍ରକୁ ସମ୍ବୋଧିତ କରି କାକର ପାକିସ୍ତାନୀମାନଙ୍କୁ ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ଏବଂ ନମ୍ରତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ।ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି । ଅମ ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ ।

ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦  ରୁ ଅଧିକ ପାଲେଷ୍ଟାଇନ୍ର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ । ଜାରି ରହିଥିବା ଯୁଦ୍ଧ ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ସ୍ଥାନାନ୍ତର ହେଇ ସାରିଲେଣି । ଏବଂ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣରେ ଅଧିକ ଗାଜାବାସୀ ସ୍ଥାନାନ୍ତର ହେବ ବୋଲି ଆଶଙ୍କା କରାଯାଉଛି ।ଖବର ଅନୁଯାୟୀ, ଅକ୍ଟୋବର ୭ ରେ ଇସ୍ରାଏଲ୍ ବିସ୍ଫୋରଣ ଆରମ୍ଭ ହେବା ଦିନଠାରୁ ପ୍ରାୟ ୯୦୦୦  ଶିଶୁ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ୍ ସେନାର ହିଂସା ଏବଂ ଅନ୍ୟାୟର ସୀମା ଅତିକ୍ରମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଗାଜା ଏବଂ ୱେଷ୍ଟବ୍ଯାଙ୍କରେ ସାଧାରଣ ଜନତା ନହିଁନଥିବା କଷ୍ଟ ଭୋଗୁଛନ୍ତି ।

ଆମେ ସେମାନକର ଦୁଃଖରେ ଭାଗୀ ହେବାକୁ ଚେଷ୍ଟା କରିବା ଏବଂ ନୂଆବର୍ଷ ପାଳନ କରିବାନାହିଁ । ସେ କହିଛନ୍ତି ଯେ ପାଲେଷ୍ଟାଇନକୁ  ପାକିସ୍ତାନ ଦୁଇଟି ସହାୟତା ପ୍ୟାକେଜ ପଠାଇଛି ଏବଂ ତୃତୀୟ ପ୍ୟାକେଜ ପ୍ରସ୍ତୁତି ଚାଲିଛି । ବିଶ୍ବ ଫୋରମରେ ପାଲେଷ୍ଟାଇନବାସୀଙ୍କ ଅବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାକିସ୍ତାନର ଜାରି ରହିଥିବା ପ୍ରୟାସକୁ ମଧ୍ୟ କାକର ଆଲୋକିତ କରିଛନ୍ତି ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ରକ୍ତପାତକୁ ରୋକିବା ପାଇଁ ଏହି ପ୍ରୟାସ ଜାରି ରଖିବାକୁ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଇସଲାମିକ ଗୋଷ୍ଠୀର ପ୍ରଭାବ ହେତୁ ପାକିସ୍ତାନରେ ନୂତନ ବର୍ଷର ଉତ୍ସବ ପାରମ୍ପାରିକ ଭାବରେ ବହୁତ ବଡ ନୁହେଁ, ଯେଉଁମାନେ ବଳ ପ୍ରୟୋଗ ସମେତ ବିଭିନ୍ନ ଉପାୟ ମାଧ୍ୟମରେ ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି ।