ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲା ! ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

45

କନକ ବ୍ୟୁରୋ: ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ୪ଜଣଙ୍କୁ ଆଜୀବନ ଜେଲ୍ । ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଟିଟିଲାଗଡ ଏଡିଜେ କୋର୍ଟ । ମୁଖ୍ୟ ଦୋଷୀ ଆଲୋକ ଦାସଙ୍କୁ ଆଜୀବନ କାରାଦଣ୍ଡ ସହ ୫ବର୍ଷ ଅତିରିକ୍ତ ଜେଲ ଦଣ୍ଡାଦେଶ କରିଛନ୍ତ କୋର୍ଟ । ଅନ୍ୟ ଦୋଷୀମାନେ ହେଲେ ଜଗଦୀଶ ବାଗ, ନରେଶ ସିଂ ଓରଫ ପେଂଟଲ ଓ ସନ୍ତୋଷ ରଣା ।

୨୦୧୩ ଡିସେମ୍ବର ୧୫ ତାରିଖରେ ମର୍ଣ୍ଣିଂ ୱାକ୍ କରୁଥିବାବେଳେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଟିଟିଲାଗଡ଼ ଉପକଣ୍ଠରେ ପ୍ରଥମେ ଅଭିମନ୍ୟୁଙ୍କୁ ପଛପଟୁ ଗାଡିରେ ଧକ୍କା ଦିଆଯାଇଥିବାବେଳେ ପରେ ତଂଟି କାଟି ହତ୍ୟା କରିବା ସହ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା ।