ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ଲାଂଚ ମାଗିବା ଘଟଣା : ଅଭିଯୁକ୍ତଙ୍କୁ ଛାଡି ପର୍ଦ୍ଦାଫାସକାରୀଙ୍କ ପଛରେ ପଡିଛି ଭିଜିଲାନ୍ସ

24

ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗି ବିଜେଡିର ୪ ବିଧାୟକ ଧରା ପଡିବା ଘଟଣାରେ ଅଭିଯୁକ୍ତଙ୍କୁ ଛାଡି ପର୍ଦ୍ଦାଫାସକାରୀଙ୍କ ପଛରେ ପଡିଛି ଭିଜିଲାନ୍ସ । ଏବେ ଏଠି ପ୍ରଶ୍ନ ଉଠୁଛି ଭିଜିଲାନ୍ସ କାହାକୁ ଟାର୍ଗେଟରେ ରଖିଛି । ଲାଂଚ ମାଗି ଧରା ପଡିଥିବା ବିଧାୟକ ନା ଏହି ଘଟଣାକୁ ପର୍ଦ୍ଦାଫାସ କରିଥିବା ବ୍ୟକ୍ତି । ତେବେ ପର୍ଦ୍ଦାଫାସକାରୀଙ୍କ ଠାରୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଆଜି ଭୁବନେଶ୍ୱର ସ୍ଥିତ ୱେବ୍ ଚ୍ୟାନେଲ ଅଫିସରେ ରେଡ କରାଯାଇଛି । ଏହାସହ ବାଲେଶ୍ୱରରେ କ୍ୟାମେରା ମ୍ୟାନଙ୍କ ଘରେ ବି ଭିଜିଲାନ୍ସ ଛାପା ମାରିଛି । ତେବେ ଏବେ ଚର୍ଚ୍ଚା ହେଉଛି ଏହି ଘଟଣାରେ ଭୁଲ କାହାର,ଟଙ୍କା ମାଗିଥିବା ବିଧାୟକଙ୍କର ନା ଧରାଇ ଥିବା ବ୍ୟକ୍ତିଙ୍କର । ଏ ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ :