କନକ ବ୍ୟୁରୋ : ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଅଡୁଆ ବଢି ଚାଲିଛି । ସେକ୍ସ ଭିଡିଓ ଭାଇରାଲ୍ ହେବା ପରେ ମେୟରଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ଆସନ୍ତାକାଲି ଭୁବନେଶ୍ୱର ବ୍ୟତୀତ ସାରା ରାଜ୍ୟର ଛୋଟବଡ ସହରରେ ୨ ଘଂଟିଆ ଚକା ଜାମ୍ ପାଇଁ ବିଜେପି ଡାକରା ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଏହି ମାମଲାରେ ଆଜି ମୁଣ୍ଡ ଖେଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଦରକାର । ସେପଟେ ଇଂଜିନିଅରିଂ ଛାତ୍ର ଋଷି ମହାନ୍ତି ମୃତ୍ୟୁ ମାମଲାରେ ମେୟରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ କମିଶନରେଟ୍ ପୋଲିସ ନିଜ ତଦନ୍ତ ଦିଗକୁ ବଦଳାଇଛି ।