ଭଦ୍ରକ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ !

26

କନକ ବ୍ୟୁରୋ : ଭଦ୍ରକ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ରାମନବମୀ ପରେ ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏହା ଏବେ ନିୟନ୍ତ୍ରଣାଧିନ ଅଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତ । ଭଦ୍ରକରେ ଡିଜିପି, ଗୃହ ସଚିବ, ଆରଡିସି ଓ ନୂଆ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।

ଆଜି ସକାଳେ ପରିସ୍ଥିତିର ସମୀକ୍ଷା କରାଯାଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଆଦିତ୍ୟ ପାଢୀ କହିଛନ୍ତି । ତେବେ କର୍ଫୁ ବଳବତର ରହିଛି ଏବଂ କୌଣସି ହିଂସାକାଣ୍ଡର ରିପୋର୍ଟ ଆସିନି । ସହରର ବିଭିନ୍ନ ସ୍ଥାନରେ ୩୫ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଆବଶ୍ୟକ ହେଲେ ଅଧିକ ଫୋର୍ସ ପଠାଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବାକୁ ସମସ୍ତ ପଦକ୍ଷେପ ନିଆଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-