ବିବାହ ବେଦୀକୁ ଯିବା ଆଗରୁ ମତଦାନ କେନ୍ଦ୍ରକୁ ଆସିଲେ କନ୍ୟା: କହିଲେ, ମତାଧିକାର ସାବ୍ୟସ୍ତ ପ୍ରଥମ କର୍ତ୍ତବ୍ୟ

131

କନକ ବ୍ୟୁରୋ: ଗୋଟିଏ ଝିଅ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ହେଲେ ସେହି ଦିନରେ ବିବାହ ବେଦୀକୁ ଯିବା ଆଗରୁ ମତଦାନ କେନ୍ଦ୍ରକୁ ଆସିଲେ କନ୍ୟା । ବାହାଘର ପାଇଁ ବଧୂବେଶରେ ସଜେଇ ହୋଇଛନ୍ତି । ହେଲେ ବେଦୀକୁ ଯିବା ଆଗରୁ ସେ ନିଜ ଗାଁରେ ଥିବା ଭୋଟ୍ ଗ୍ରହଣ କେନ୍ଦ୍ରରେ ପହଂଚିଛନ୍ତି । ଆଉ କହିଛନ୍ତି, ଦେଶର ଜଣେ ନାଗରିକ ହିସାବରେ ମତାଧିକାର ସାବ୍ୟସ୍ତ ହେଉଛି ପ୍ରଥମ କର୍ତବ୍ୟ । ମୁଜାଫରନଗରରେ ବୋହୂ ବେଶରେ ଆସି ନବବଧୂ ଭୋଟ ଦେଇଛନ୍ତି । ନିଜ ପସନ୍ଦର ନେତା ବାଛିଛନ୍ତି ।