ରାଜ୍ୟ ପାଇଁ ଗୌରବ ଆଣିଲେ ବର୍ଣ୍ଣାଳି : ଟିଭି ରିଆଲିଟି ସୋ ସଂଗୀତ ପ୍ରତିଯୋଗିତାରେ ବର୍ଣ୍ଣାଳି ୟୁଫୋନି ଗ୍ରୁପ ରନର୍ସ ଅପ୍
କନକ ବ୍ୟୁରୋ : ସଙ୍ଗୀତ ସୁରରେ ସମସ୍ତଙ୍କୁ ଭିଜାଉଥିବା ବର୍ଣ୍ଣାଳି ୟୁଫୋନି ଗ୍ରୁପ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ । ଟିଭି ରିଆଲିଟି ସୋ ସଂଗୀତ ପ୍ରତିଯୋଗିତା ‘ଦିଲ ହୈ ହିନ୍ଦୁସ୍ତାନୀ’ରେ ବର୍ଣ୍ଣାଳି ୟୁଫୋନି ଗ୍ରୁପ ରନର୍ସ ଅପ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଅନୁଷ୍ଠିତ ଶେଷ ପର୍ଯ୍ୟାୟରେ ବର୍ଣ୍ଣାଳିଙ୍କ ଗ୍ରୁପ, ରନର୍ସ ଅପ ହୋଇ ରାଜ୍ୟବାସୀଙ୍କୁ ଦେଇଛନ୍ତି ଉତ୍କଳ ଦିବସ ଭେଟି । ବର୍ଣ୍ଣାଳିଙ୍କ ଗ୍ରୁପକୁ ୧୦ ଲକ୍ଷ ଟଙ୍କା ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯାଇଛି । ବର୍ଣ୍ଣାଳି ବିଜୟୀ ଘୋଷିତ ହେବା ପରେ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ଲିଟିଲ ଚାଂପ ଭଳି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ବର୍ଣ୍ଣାଳି ରାଜ୍ୟ ପାଇଁ ଆଉ ଏକ ସମ୍ମାନ ଆଣିଦେଇଛନ୍ତି ।
ଦେଖନ୍ତୁ ଏହି ଭିଡିଓ –