ବର୍ଷେ ଭିତରେ ସରକାରୀ ବ୍ୟାଙ୍କ୍ ବନ୍ଦ କଲାଣି ୫,୫୦୦ ଟି ଏଟିଏମ୍ ଏବଂ ୬୦୦ ଟି ବ୍ରାଞ୍ଚ୍ ! ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ , କାହିଁକି ବନ୍ଦ ହେଉଛି ଏଟିଏମ୍?

545

ସରକାରୀ ବ୍ୟାଙ୍କ୍ ନିଜ ଖର୍ଚ୍ଚ କମ୍ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆପଣାଉଛି । ଏହାକୁ ଆଖି ଆଗରେ ରଖି ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ ବଡ ବଡ ସହରରୁ ନିଜ ଏଟିଏମ୍ ଏବଂ ଏହାର ବ୍ରାଞ୍ଚ୍ କୁ ବନ୍ଦ କରିବାକୁ ଯାଉଛି । ଏହାର କାରଣ ହେଉଛି ସହରରେ ରହୁଥିବା ଲୋକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ସରକାରୀ ବ୍ୟାଙ୍କ୍ ବ୍ରାଞ୍ଚ୍ ଏବଂ ଏଟିଏମ୍ କୁ କମ୍ କରିବା ପାଇଁ ପ୍ରୟାସ କରୁଛନ୍ତି ।  ଗତ ୧ ବର୍ଷ ଧରି ଦେଶରେ ୧୦ ଟି ସରକାରୀ ବ୍ୟାଙ୍କ୍ ପାଖାପାଖି ୫,୫୦୦ ଟି ଏଟିଏମ୍ ଏବଂ ୬୦୦ ବ୍ରାଞ୍ଚ୍ କୁ ବନ୍ଦ କରିଛନ୍ତି । ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଜୁନ୍ ୨୦୧୮ ରୁ ୨୦୧୯ ଭିତରେ ୪୨୦ ଟି ବ୍ରାଞ୍ଚ୍ ଏବଂ ୭୬୮ ଟି ଏଟିଏମ୍ କୁ ବନ୍ଦ କରିଛି । ବ୍ୟାଙ୍କ ଅଫ୍ ବରୋଦା ମୋଟ ୪୦ ବ୍ରାଞ୍ଚ୍ ଏବଂ ୨୭୪ ଟି ଏଟିଏମ୍ କୁ ବନ୍ଦ କରିଛି । ଏହି ଲିଷ୍ଟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ , ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ , କାନାରା ବ୍ୟାଙ୍କ୍ , ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ,ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ,ୟୁନିୟନ୍ ବ୍ୟାଙ୍କ ଏବଂ ଆହ୍ଲାବାଦ୍ ବ୍ୟାଙ୍କ୍ ମଧ୍ୟ ସାମିଲ୍ ଅଛି ।

ଗୋଟିଏ ପଟେ ଯେଉଁଠି ବେସରକାରୀ ବ୍ୟାଙ୍କ ଖର୍ଚ୍ଚ କମାଇବା ପାଇଁ ନେଟୱର୍କ କମ୍ କରୁଛନ୍ତି । ଅନ୍ୟପଟେ ବେସରକାରୀ ସେକ୍ଟରର ଆକ୍ସିସ୍ ବ୍ୟାଙ୍କ , ଏଚଡିଏଫସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ନିଜ ବ୍ୟାଙ୍କିଙ୍ଗ୍ ନେଟୱର୍କର ବିସ୍ତାର କରିଛନ୍ତି । ଆରବିଆଇ ଆକଳନରୁ ଜଣାପଡୁଛି ଯେ ଏହି ବ୍ୟାଙ୍କ ସବୁ ସହରରେ ଏଟିଏମ୍ ଲଗାଇଛି । ଏହି ରିପୋର୍ଟରୁ ଜଣାପଡିଛି ଯେ ବ୍ୟାଙ୍କର ବ୍ରାଞ୍ଚ୍ ଏବଂ ଏଟିଏମ୍ କମିବାର ପ୍ରଭାବ ଗ୍ରାମୀଣ ବ୍ୟାଙ୍କ ଉପରେ ପଡୁନାହିଁ ।