ସିବିଆଇ କୋର୍ଟରେ ହାଜର ହେଲେ ଚିଦାମ୍ବରମ୍ : ଶୁଣାଣି ଆରମ୍ଭ, ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ସିବିଆଇ

191

କନକ ବ୍ୟୁରୋ : ସିବିଆଇ କୋର୍ଟରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ୍ । ଆଇଏନକ୍ସ ମିଡିଆ ଦୁର୍ନିତୀ ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗରଫ କରିଛି ସିବିଆଇ । ସାଉଥ ରେଭନ୍ୟୁ କୋର୍ଟରେ ତାଙ୍କୁ ହାଜର କରାଯାଇଛି । ତେବେ ଏହି ସମୟରେ ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ସିବିଆଇ ।

ଆଇଏନଏକ୍ସ ମାମଲାରେ ଚିଦାମ୍ବରମଙ୍କୁ ଅଧିକ ପଚରାଉଚରା ପାଇଁ ଏହି ରିମାଣ୍ଡ ଆବେଦନ କରିପାରେ ସିବିଆଇ । ତେବେ କେତେ ଦିନିଆ ରିମାଣ୍ଡ ଆବେଦନ କରିବ ସେନେଇ କିଛି ସୂଚନା ମିଳିପାରିନାହିଁ । ଗିରଫ ପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପି ଚିଦାମ୍ୱରମ୍ଙ୍କୁ ଜେରା କରାଯାଇଥିଲା । ଆଜି ବି ଦ୍ୱିତୀୟ ଦିନରେ ୩ ଘଂଟା ପାଇଁ ତାଙ୍କୁ ଜେରା କରିଛି ସିବିଆଇ । ଜେରା ବେଳେ ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା ବେଳେ ପୁଅର ବ୍ୟବସାୟରେ ହସ୍ତକ୍ଷେପ କରୁଥିବା କଥାକୁ ସେ ଖଣ୍ଡନ କରିଛନ୍ତି ।

ଏଫଆଇପିବି ଅଫିସରଙ୍କ ଉପରେ ଚାପ ପକାଇବା ଅଭିଯୋଗକୁ ବି ସେ ଖଣ୍ଡନ କରିଛନ୍ତି । ଦେଶର ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଚିଦାମ୍ୱରମଙ୍କର ଗତକାଲି ରାତି କଟିଛି ସିବିଆଇ ଅଫିସରେ । ସାରା ରାତି ତାଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ । ଆଜି ମଧ୍ୟ ସକାଳୁ ତାଙ୍କୁ ଆଇଏନଏକ୍ସ ମନି ଲଡ୍ରିଂ ମାମଲା ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛି ସିବିଆଇ ଟିମ୍ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପି ଚିଦାମ୍ବରମଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଜୋରବାଗ ବାସଭବନରୁ ଗିରଫ କରିଥିଲା ସିବିଆଇ । ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା ଆଉ ତାପରେ ତାଙ୍କୁ ଗିରଫ କରାଯାଇଥିଲା ।

ସେପଟେ ପି.ଚିଦାମ୍ବରମଙ୍କ ସମର୍ଥନରେ ବହାରିଛନ୍ତି ପୁଅ କାର୍ତି ଚିଦାମ୍ବରମ  । ସେ କେବେ ବି ଇନ୍ଦ୍ରାଣୀ ଓ ପିଟର ମୁର୍ଖାଜୀଙ୍କୁ ଭେଟିନାହାନ୍ତି । ଏପରିକି ଆଇଏନଏକ୍ସ ସମ୍ପର୍କରେ ମଧ୍ୟ କିଛି ଜଣା ନାହିଁ । ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ୨୦ ଥର ଡକରା ହୋଇଛି ଏବଂ ପ୍ରତିଥର ସେ ହାଜର ହୋଇଥିଲେ ବି ପୁଅ କାର୍ତି କହିଛନ୍ତି । ମୋଦି ସରକାର ଜାଣିଶୁଣି ବାପାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଲଗାଉଛନ୍ତି । ଏହା ପୂର୍ବରୁ ଚେନ୍ନାଇରୁ ଦିଲ୍ଲୀରେ ପହଁଚିବା ପରେ କାର୍ତି କହିଥିଲେ କେବଳ ମୋ ବାପା ନୁହେଁ, ପୁରା କଂଗ୍ରେସ ପାର୍ଟିକୁ ଟାର୍ଗେଟ କରାଯାଉଛି ।

କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଗିରଫଦାରୀକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି । ସେପଟେ କୋଏମ୍ବାଟୁରରେ ତାମିଲନାଡୁ କଂଗ୍ରେସ କାର୍ଯ୍ୟକର୍ତା ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା ଓ ପରୁଷ କାର୍ଯ୍ୟକର୍ତା ସିବିଆଇର କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରିବା ସହ ମୋଦି ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ଏହି ସମୟରେ ଆନ୍ଦୋଳନାକରୀ ଓ ପୁଲିସ ମଦ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ପରିସ୍ଥିତିକୁ ନଜରରେ ରଖି କିଛି କଂଗ୍ରେସ କାର୍ଯ୍ୟକର୍ତାଙ୍କଚୁ ଗିରଫ କରାଯାଇଛି । ସେପଟେ ଭୋପାଳରେ ବି କଂଗ୍ରେସ ପକ୍ଷରୁ ହୋିଛି ଜୋରଦାର ବିକ୍ଷୋଭ । ଭୋପାଳ ସିବିଆଇ ଅଫିସ ବାହାରେ କଂଗ୍ରେସ କାର୍ଯ୍ୟକର୍ତାା ଓ ସମର୍ଥକ ଚିଦାମ୍ବରମଙ୍କ ଗିରଫଦାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।