ଚଳିତ ମାସ ୯ ଦିନ ବନ୍ଦ ରହିବ ବ୍ୟାଙ୍କ ! ତୁରନ୍ତ ଶେଷ କରିନିଅନ୍ତୁ ନିଜର ଜରୁରୀ କାମ ।

2,173

କନକ ବ୍ୟୁରୋ : ଲୋକମାନଙ୍କ ବ୍ୟାଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାମ ଜଡ଼ିତ ଥାଏ । ଟଙ୍କା ନେଣ-ଦେଣଠାରୁ ଆରମ୍ଭ କରି ଜମା ଆଦି କାମ ଲୋକମାନଙ୍କରେ ରହିଥାଏ । ତେଣୁ ବ୍ୟାଙ୍କ ବନ୍ଦ ଥିବା ସମୟରେ ଲୋକମାନଙ୍କୁ ଏସବୁ କାମ ପୂରା କରିବାକୁ ଅନେକ ଅସୁବିଧା ହୋଇଥାଏ । ଏପଟେ ନର୍ଥ-ଇଷ୍ଟ ସମେତ ଦେଶରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତେଣୁ ଏହି ପ୍ରସ୍ତୁତି ସମୟରେ ଯେମିତି ଆପଣଙ୍କୁ ବ୍ୟାଙ୍କ ସହିତ ଜଡ଼ିତ ଥିବା କାମକୁ ନେଇ କୌଣସି ଅସୁବିଧା ନହୁଏ ତେଣୁ ବ୍ୟାଙ୍କ ଡିସେମ୍ବରରେ ୯ଦିନ ବନ୍ଦ ରହିବା ପୂର୍ବରୁ ସବୁକାମ ଶେଷ କରି ନିଅନ୍ତୁ ।

ଆସନ୍ତୁ ଜାଣିବା ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ

ଡିସେମ୍ବରରେ ୫ଦିନ ବ୍ୟାଙ୍କ ରବିବାର ପାଇଁ ବନ୍ଦ ରହିବ । କାରଣ ଏହି ମାସରେ ୫ଟି ରବିବାର ପଡ଼ୁଛି । ସେହିପରି ଡିସେମ୍ବର ୧୪ ଦ୍ୱିତୀୟ ଶନିବାର ଓ ଡିସେମ୍ବର ୨୮ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ଛୁଟି ରହିବ । ଏଥିସହିତ ଡିସେମ୍ବର ୨୫ ବଡଦିନ ଓ ଡିସେମ୍ବର ୨୬ ବକ୍ସିଂ ଡେ ପାଇଁ ବ୍ୟାଙ୍କ ଛୁଟି ରହିଛି ।