ବାରହା ଫାଶରେ ପଡିଛି ଭାଲୁ । ନିଳଗିରି ରେଞ୍ଜ ମଣ୍ଡିପୁର ସଂରକ୍ଷିତ ଜଙ୍ଗଲରୁ ଆସିଲା ଚିତ୍ର, ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ
ୱର୍ଣ୍ଣଛଡ ଜଙ୍ଗଲରୁ ଚାଲି ଆସିିଥିବା ଭାଲୁ ଜାଲରେ ପଡ଼ିଯାଇଥିଲା
କନକ ବ୍ୟୁରୋ : ବାରହା ଫାଶରେ ଭାଲୁ । ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସୁଥିବା ବାରହା ପାଇଁ ବସାଯାଇଥିବା ଜାଲରେ ଭାଲୁ ପଡ଼ିଯାଇଛି । ଏଭଳି ଏକ ଚିତ୍ର କଏଦ ହୋଇଛି ନିଳଗିରି ରେଞ୍ଜ ମଣ୍ଡିପୁର ସଂରକ୍ଷିତ ଜଙ୍ଗଲର ଗୋଚ୍ଛିପୁର ନିକଟରେ । ଗତକାଲି ରାତିରେ ସ୍ୱର୍ଣ୍ଣଛଡ ଜଙ୍ଗଲରୁ ଚାଲି ଆସିିଥିବା ଭାଲୁ ଜାଲରେ ପଡ଼ିଯାଇଥିଲା । ଆଜି ସକାଳୁ ଗାଁ ଲୋକମାନେ ଭାଲୁ ଜାଲରେ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଏବେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଭାଲୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ନୀଳଗିରି ରେଞ୍ଜ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ କାଠଗୋଛି ନିକଟରେ ବାରହା ଧରିବା ଲାଗି ବସା ଯାଇଥିବା ଫାଶରେ ଗୁରୁବାର ରାତିରେ ଗୋଟାଏ ଭାଲୁ ପଡିଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ସକାଳେ ଧାନକ୍ଷେତକୁ ଆସିଥିବା ଲୋକେ ଫାଶରେ ପଡ଼ି କଲବଲ ହୋଇ ଚିତ୍କାର କରୁଥିବା ଭାଲୁଟିକୁ ଦେଖି ବନ ବିଭାଗ ଖବର ଦେଇଥିଲେ। ମିତ୍ରପୁର ଫରେଷ୍ଟର୍ ଗଣେଶ ପ୍ରସାଦ ଲେଙ୍କା, ନୀଳଗିରି ରେଞ୍ଜର୍ ସୁକୁମାର ଦାସ ଏବଂ ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସହ ପ୍ରାୟ ପନ୍ଦର ବନ କର୍ମଚାରୀ ଓ ପନ୍ଦର ସବୁଜବାହୀନି କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇ ବିଫଳ ହୋଇଥିଲେ ମଧ୍ୟ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି । ଏବେ ଡିଏଫ୍ଓଙ୍କ ନିର୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଜଣ ପଶୁ ଚିକିତ୍ସକଙ୍କୁ ଡକାଇ ଫାଶରେ ପଡ଼ିଥିବା ଭାଲୁଟିକୁ ଟ୍ରାଙ୍କ୍ୟୁଲାଇଜର୍ ମାରି ଅଚେତ କରି ଉଦ୍ଧାର କରିବାକୁ ଯୋଜନା କରିଛନ୍ତି। ଭାଲୁଟିକୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକେ ଆସି ଗହଳି ଲଗାଇଛନ୍ତି। ଦୁଇ ଡାକ୍ତର ଏବେ ଶିମିଳିପାଳ-ନୀଳଗିରି ରସ୍ତାରେ ଘଟନାସ୍ଥଳକୁ ଆସୁଛନ୍ତି।