ଆହୁରି ୩ ଦିନ ତାତିରୁ ନାହିଁ ନିସ୍ତାର। ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା

କନକ ବ୍ୟୁରୋ: ଆଗାମୀ ୩ଦିନ ଅର୍ଥାତ ୧୩ତାରିଖ ଯାଏଁ ତାତିରେ ସିଝିବ ଓଡିଶା । ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତ ପରାସ୍ତ। ୨୦୯ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ହାରିଲା ଭାରତ । ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାସ୍ତ କରିଛି । ୪୪୪ ରନର ପିଛା କରି ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୨୩୪ ରନରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲିୟନ ସର୍ବାଧିକ ୪ଟି…

ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ଟଳିଲା ବଡ ଦୁର୍ଘଟଣା

କନକ ବ୍ୟୁରୋ: ଆଉ ଏକ ରେଳ ଦୁର୍ଘଟଣା ଟଳିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ । ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସମାନ ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ସମାନ ଟ୍ରାକରେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି ।…

ବାତ୍ୟା ବିପର୍ଯ୍ୟୟ ନେଉଛି ଭୀଷଣ ରୂପ, ଗୁଜରାଟର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ବନ୍ଦ କଲେ ସରକାର

କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟ ରବିବାର ଅତି ଭୀଷଣ ରୂପ ନେଇଛି । ବର୍ତ୍ତମାନ ଏହା ଗୁଜରାଟର ସୌରାଷ୍ଟ୍ର ତଟବର୍ତ୍ତୀ ଅଞ୍ଚଳ ଆଡକୁ ଅଗ୍ରସର ହେବାରେ ଲାଗିଛି । ଗୁଜରାଟ ସରକାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରିଦେଇଛନ୍ତି । ଏହା ସହ ସମ୍ପୂର୍ଣ୍ଣ ଭାବେ ବନ୍ଦ…

ପାଇଲଟ ପୁଣି ଦେଖାଇଲେ ଦମ୍ଭ । ନାଁ ନନେଇ ଆଶୋକ ଗେହଲଟଙ୍କ ଉପରେ ବର୍ଷିଲେ ସଚିନ ।

କନକ ବ୍ୟୁରୋ:  କଂଗ୍ରେସର ନେତା ସଚିନ ପାଇଲଟ ପୁଣି ଥରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସେ ଗେହଲଟଙ୍କ ଉପରେ ହମଲା କରିଛନ୍ତି । ପାଇଲଟ କହିଛନ୍ତି, ସରକାରରେ କାମ କରିବାର ମୋତେ ସୁଯୋଗ ମିଳିଥିଲା । ମୁଁ ସବୁବେଳେ ଅନ୍ୟମାନଙ୍କୁ ସମ୍ମାନ ଦେଇଥାଏ…

ଭୂମିକମ୍ପରେ ଥରିଲା ଜୋହାନସବର୍ଗ। ଅନେକ ସ୍ଥାନରେ ଥରିଉଠିଲା ଘର 

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ରବିବାର ବଡଧରଣର ଭୂମିକମ୍ପ ହୋଇଛି । ସ୍ଥାନୀୟ ସମୟ ୨ଟା ୩୮ରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୁହାଯାଇଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଅଞ୍ଚଳରେ ଅଲବଟର୍ଣ୍ଣ ୬ କିଲୋମିଟର ଦୂରରେ ରହିଛି । ତେବେ ବର୍ତ୍ତମାନ…