ଭୂମିକମ୍ପରେ ଥରିଲା ଜୋହାନସବର୍ଗ। ଅନେକ ସ୍ଥାନରେ ଥରିଉଠିଲା ଘର 

262

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ରବିବାର ବଡଧରଣର ଭୂମିକମ୍ପ ହୋଇଛି । ସ୍ଥାନୀୟ ସମୟ ୨ଟା ୩୮ରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୁହାଯାଇଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଅଞ୍ଚଳରେ ଅଲବଟର୍ଣ୍ଣ ୬ କିଲୋମିଟର ଦୂରରେ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ ।

ଭୂମିକମ୍ପ କାରଣରୁ ବିଭିନ୍ନ ସ୍ଥାନରେ ଘରଗୁଡିକ ପ୍ରବଳ ଜୋରରେ ଥରିଉଠିଥିବା ଦେଖିବାକୁ ମିଳିଛି । ଲୋକେମାନେ ଏହାର ଭିଡିଓ ମଧ୍ୟ ସେୟାର କରିଛନ୍ତି ।