ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ:ବିରୋଧୀଙ୍କ ନମ୍ବର ୧ ହେବା ପାଇଁ ବିଜେପି ଓ କଂଗ୍ରେସର ଦଉଡ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ୪ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ବଜେଟ୍ ଅଧିବେଶନର ୨ଟି ପର୍ଯ୍ୟାୟରେ ମୋଟ୍ ୨୭ଟି କାର୍ଯ୍ୟଦିବସ ଥିଲା । ମାର୍ଚ୍ଚ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ମେ ୨୦ ତାରିଖ ଯାଏଁ ଚାଲିବାର ଥିଲା । ତେବେ ବିଭିନ୍ନ ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲବତୀ କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ନମ୍ବର ବିରୋଧୀ ଦଳ ହେବା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ହେବାରୁ ଗୃହରେ ଅଚଳାବସ୍ଥା ଲାଗି ରହିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।