ଆସାମରେ ପ୍ରକାଶ ପାଇଲା ଚୂଡାନ୍ତ ଏନ୍ଆରସି ତାଲିକା ! ତାଲିକାରେ ରହିଛି ୩ କୋଟି ୧୧ ଲକ୍ଷ ୨୧ ହଜାରଙ୍କ ନାଁ , ନାଁ ନଥିବା ଲୋକ ଦେବେ ନାଗରିକତାର ପ୍ରମାଣ

154

ଆସାମରେ ପ୍ରକାଶ ପାଇଲା ଚୂଡାନ୍ତ ଏନ୍ଆରସି ତାଲିକା । ତାଲିକାରେ ରହିଛି ୩ କୋଟି ୧୧ ଲକ୍ଷ ୨୧ ହଜାର ଭୋଟରଙ୍କ ନାମ । ମୋଟ୍ ଭୋଟର ତାଲିକାକୁ ଏନଆରସି ତାଲିକା ପ୍ରକାଶ ପାଇବା ପରେ ବାଦ୍ ପଡିଛନ୍ତି ୧୯ ଲକ୍ଷ ୬ ହଜାର ୬୫୭ ଲୋକ । ତେବେ ଏନଆରସି ତାଲିକାରୁ ପ୍ରଥମେ ବାଦ୍ ପଡିଥିବା ୧୯ ଲକ୍ଷ ୬ ହଜାର ୬୫୭ ଲୋକ ସମସ୍ତେ ସେମାନଙ୍କର ନାଗରିକତାର ପ୍ରମାଣ ଦେବେ ।

ଆସାମ ବାସିନ୍ଦା ଇଂଟରନେଟ ମାଧ୍ୟମରେ ନିଜ ନାଗରିକତା ଜାଣିପାରିବେ । ଏନଆରସି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ଦୃଷ୍ଟିରୁ ରାଜ୍ୟବ୍ୟାପୀ ସୁରକ୍ଷା କଡାକଡି କରାଯାଇଛି । ଅନେକ ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ନିୟୋଜିତ ଅଛନ୍ତି । ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତୀ ଜିଲାରେ ଅଧିକ ସତର୍କ ନଜର ରଖାଯାଇଛି ।