ପଂଜାବ ମଡେଲକୁ ଗୁଜରାଟରେ ଆପଣାଇବ ଆମ ଆଦମୀ ପାର୍ଟି । ରାଜ୍ୟବାସୀ ବାଛିବେ ଗୁଜରାଟ ନିର୍ବାଚନ ପାଇଁ ଆପ୍ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରାଥୀ

148

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନା । ଖୁବ ଶିଘ୍ର ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ରହିଛି । ହୁଏତ ଦୁଇଟି ପର୍ଯ୍ୟାୟରେ ପଡିପାରେ ଭୋଟ । ଏହା ଭିତରେ ଆମ ଆଦମୀ ପାର୍ଟି ନିର୍ବାଚନ ପାଇଁ ପୁରୁଣା ଫର୍ମୂଲା ଆପଣାଇବା ପାଇଁ ଘୋଷଣା କରିଛନ୍ତି । ପଂଜାବ ବିଧାନସଭା ନିର୍ବାଚନ ପାଇଁ ଦଳ ଯେଉଁ ଆପଣଙ୍କର ମୁଖ୍ୟମନ୍ତ୍ରୀ ବାଛନ୍ତୁ ଅଭିଯାନ କରିଥିଲା ଠିକ ସମାନ ଅଭିଯାନ ଗୁଜରାଟ ପାଇଁ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ବିଭିନ୍ନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛନ୍ତି କେଜ୍ରିୱାଲ ।

ପଂଜାବର ଏହି ଫର୍ମୂଲା ସଫଳ ହେବା ପରେ ଦଳ ଏହାକୁ ଗୁଜରାଟ ପାଇଁ ଘୋଷଣା କରିଛି । ପଂଜାବ ନିର୍ବାଚନରେ ଦଳକୁ ବିପୁଳ ଭୋଟ ସହ ସଫଳତା ମିଳିବା ପରେ ଏବେ ଗୁଜରାଟ ଶାସନ କ୍ଷମତା ହାତେଇବା ପାଇଁ ଆପ ସଦ୍ୟତମ ଗୋଟି ଚାଳନା ସହ ଆକ୍ରାମଣାତ୍ମକ ପ୍ରଚାର କରୁଛି । ରାଲି, ଜନସଭା କରି ମାଗଣା ବିଜୁଳି, ପାଣି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଉଛି   ।