ଅସାଧ୍ୟ ସାଧିଲେ ଅପର୍ଣ୍ଣା ! ଶାରୀରିକ ଅକ୍ଷମତା ରୋକିପାରିଲାନି ପଥ, ଏଭେରେଷ୍ଟ ଶୃଙ୍ଗ ଚଢ଼ି ରଚିଲେ ଇତିହାସ

72

imgae1କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ ସବୁ ସମ୍ଭବ । ପଙ୍ଗୁ ବି ଗିରି ଲଙ୍ଘି ପାରେ । ଏହାକୁ ସତ ପ୍ରମାଣିତ କରିଛନ୍ତି ୪୭ ବର୍ଷୀୟା ଅପର୍ଣ୍ଣା । ତାଙ୍କ ଶରୀର ଖୁବ୍ ଅକ୍ଷମ ଥିଲେ ସେ ଭାରତର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟରେ ପହଁଚି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ରର ପ୍ରଥମ ମହିଳାଭାବେ ଉତ୍ତର ପାର୍ଶ୍ୱରୁ ଏହି ଶୃଙ୍ଗ ଚଢି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଗତ କିଛି ବର୍ଷ ଅପର୍ଣ୍ଣା ଆକ୍ରାନ୍ତ ହୋଇଥିଲେ ସ୍ନାୟବିକ ରୋଗରେ । ଅନେକ ଗୁଡିଏ ପରୀକ୍ଷା ପରେ ଅପରେସନ କରି ମଧ୍ୟ କୈାଣସିଥିରେ ସଫଳତା ମିଳିନଥିଲା ତାଙ୍କୁ । ଏଭଳି ଅବସ୍ଥାରୁ ସେ କେବେବି ବାହାରି ପାରିବେ ନାହିଁ ବୋଲି ଡାକ୍ତର ଓ ସ୍ପେସାଲିଷ୍ଟମାନେ ଶୁଣାଇ ଦେଇଥିଲେ । ଜୀବନ ଦୁର୍ବିସହ ହୋଇପଡିଥିଲା ତାଙ୍କ ପାଇଁ ସେ ଚାହୁଁନଥିଲେ କେବଳ ମେଡିସିନ୍ ଓ ସର୍ଜରୀରେ ଜୀବନ ଜିଇଁବା ପାଇଁ । ଭଗବାନ ସାହା ହେବାପରି ସେହି ସମୟରେ ତାଙ୍କ ଭାଇ ଯିଏକି ଜଣେ ଡାକ୍ତର ତାଙ୍କୁ ଦେଇଥିଲେ ଏକ ପରାମର୍ଶ । ଭାଇଙ୍କ ପରାମର୍ଶ ଅନୁଯାୟୀ ସେ ହାଡ ଉପରେ ବିଶେଷ ଚାପ ନପକାଇ ମାଂସପେଶୀ ଗୁଡିକୁ ଶକ୍ତ କରିବାରେ ଲାଗିଥିଲେ ।

image4ଧିରେ ଧିରେ କରି ଚାଲିବାର କିଛି ମାସ ପରେ ସେ ଦୈାଡିବା ଆରମ୍ଭ କରିଥିଲେ । ସମୟକ୍ରମେ ଏହି ପରିବର୍ତ୍ତନ ତାଙ୍କ ମନକୁ ଦୃଢ଼ କଲା ୨୦୧୩ରେ ପ୍ରଥମକରି ଜଣେ ବନ୍ଧୁଙ୍କର ଅନୁରୋଧ ଓ ସଂପୂର୍ଣ୍ଣ ସହ ଯୋଗରେ ସେ ଧର୍ମଶାଳାର ତ୍ରିଉଣ୍ଡ ଶିଖରରେ ପହଁଚିଥିଲେ । ସେଠାରୁ ଫେରିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଅପର୍ଣ୍ଣା ଗୋଟିଏ ପରେ ଗୋଟିଏ ଶିଖର ଚଢିଥିଲେ ଏବଂ ତା’ସହ ଅନେକ ମାରାଥନରେ ମଧ୍ୟ ସାମିଲ୍ ହୋଇଥିଲେ । ସେହି ବର୍ଷ ହିଁ ସେ ଏଭେରେଷ୍ଟ ଆରୋହଣ କରିବାକୁ ଚିନ୍ତା କରିନେଇଥିଲେ ।

ପ୍ରାୟ ଚାରି ବର୍ଷ ଧରି ସାଇକେଲିଂ , ମାରାଥନ୍ ଆଦିରେ ସାମିଲ ହୋଇ ନିଜକୁ ପ୍ରସ୍ତୁତ କରିବା ପାରେ ଚଳିତ ବର୍ହ ମେ’୨୨ ତାରିଖରେ ଆରମ୍ଭ ହୋଇଥିଲା ତାଙ୍କ ସ୍ୱପ୍ନର ଯାତ୍ରା ଏଭେରେଷ୍ଟ ଆରୋହଣ । ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ସୋସିଆଲ ମିଡିଆ ମାଧ୍ୟମରେ ଏବଂ ନିଜ ବନ୍ଧୁମାନଙ୍କ ନିକଟରୁ ସଂଗ୍ରହ କରିନେଇଥିଲେ ସେ । ସମସ୍ତ ପ୍ରସ୍ତୁତି ସହ ସେ ଉତ୍ତର ଭାଗରୁ ଚଢ଼ିବା ପାଇଁ ସ୍ଥିର କରିନେଇଥିଲେ । କାରଣ ଆର୍ମି ଅଫିସର ଥିବା ସମୟରେ ଏହି ଭାଗରେ ହିଁ ତାଙ୍କ ବାପା ପ୍ରାୟ ୫ବର୍ଷ ଧରି କାର୍ଯ୍ୟ କରିଥିଲେ । ତେଣୁ ବାପାଙ୍କର ସେହି ବାପାଙ୍କର ସେହି କଷ୍ଟକୁ ସମ୍ମାନ ଜଣାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇ ଆଗେଇ ଚାଲିଥିଲେ । ମାତ୍ର ସହଜ ନଥିଲା ଏହା ତାଙ୍କ ପାଇଁ । ତଥାପି ଦୃଢ଼ ମନୋବଳ ସହ ଚଢିଚାଲିଥିଲେ । ଏମିତି ବି ସମୟ ଆସିଥିଲା ଚଢ଼ିବା ବେଳେ , ଯେଉଁଥି ପାଇଁ ଅପର୍ଣ୍ଣା ପଛକୁ ଫେରିଆସିବାକୁ ଚାହିଁଥିଲେ । କିନ୍ତୁ ସେ ନିଜର ୪ବର୍ଷର ପ୍ରସ୍ତୁତି ଓ ହ୍ୱିଲ ଚେୟାରର ଜୀବନକୁ ବିଜୟ ପାଇବାର ଧାରଣା ତାଙ୍କ ମନକୁ ଦୃଢ଼ କରିଥିଲା । ଆଉ ଶେଷରେ ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିଥିଲେ ଅପର୍ଣ୍ଣା ।

                                                            (ସୈାଜନ୍ୟ- ୟୋର ଷ୍ଟୋରୀ)