୧୩୦ କୋଟି ଭାରତୀୟଙ୍କ ପାଇଁ ଖୁସିଖବର ! ଅନୀଲ ଅମ୍ବାନିଙ୍କ ବଡ ଘୋଷଣା, ଗୋଟିଏ ବର୍ଷ ପାଇଁ ରିଲାଏନ୍ସ ଡିଜିଟାଲ ଟିଭିର ସବୁ ଚ୍ୟାନେଲ ମାଗଣା

31

ଡିଟିଏଚ ଗ୍ରାହକଙ୍କ ପାଇଁ ଖୁସିଖବର । ଟେଲିକମ କ୍ଷେତ୍ରରେ ମାଗଣା ଜିଓ ସେବା ଆରମ୍ଭ କରି ଚହଳ ସୃଷ୍ଟି କରିଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନି । ଏବେ ତାଙ୍କର ସାନ ଭାଇ ଅନୀଲ ଅମ୍ବାନି ଡିଟିଏଚ କ୍ଷେତ୍ରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରିଛନ୍ତି । ଅନୀଲଙ୍କ ରିଲାଏନ୍ସ ବିଗ୍ ଟିଭି ୧୩୦ କୋଟି ଭାରତୀୟଙ୍କ ମନୋରଂଜନ ପାଇଁ ମାଗଣାରେ ଏଚଡି କ୍ୱାଲିଟି ଚ୍ୟାନେଲ୍ ଦେଖିବାର ସୁବିଧା ଆଣିଦେଇଛି । ରିଲାଏନ୍ସ ବିଗ୍ ଟିଭି ଉଭୟ ୫୦୦ରୁ ଉଦ୍ଧ୍ଵର୍ ଫ୍ରି-ଟୁ-ଏୟାର ଚ୍ୟାନେଲମାନଙ୍କୁ ୫ ବର୍ଷ ପାଇଁ ଓ ପେ ଚ୍ୟାନେଲମାନଙ୍କୁ ୧ବର୍ଷ ପାଇଁ ମାଗଣାରେ ସେବା ଯୋଗାଇ ଦେବ। ଏହା ସୁଲଭ ମୂଲ୍ୟରେ ଏଚଡି ଏଚଇଭିସି ସେଟ୍-ଅପ୍ ବକ୍ସ ଯୋଗାଇ ଦେଇ ସଭିଙ୍କୁ ମନୋରଂଜନ ପ୍ରଦାନ କରୁଛି।

ଏହି ଏଚଡି ଏଚଇଭିସି ସେଟ୍-ଅପ୍ ବକ୍ସ ରେକଡିଂ, ୟୁଏସବି ପୋର୍ଟ, ୟୁଟ୍ୟୁବ୍, ଏକାସଙ୍ଗେ ରେକର୍ଡିଂ ଓ ଚ୍ୟାନେଲ୍ ଦେଖିବା ଆଦି ବୈଶିଷ୍ଟ୍ୟ ପ୍ରଦାନ କରୁଛି। ଏହାର ପ୍ରି-ବୁକିଂ ମାର୍ଚ୍ଚ ୧ରେ ରିଲାଏନ୍ସ ବିଗ୍ ଟିଭି ୱେବସାଇଟ୍ ରେ ସକାଳ ୧୦ ଟାରୁ ଖୋଲାଯିବ, ଯାହାର ମୂଲ୍ୟ ରହିଛି ଟ.୪୯୯/-। ସେଟ୍ ଅପ୍ ବକ୍ସ ରିସିପ୍ଟ ଓ ଆଉଟ୍ ଡୋର୍ ୟୁନିଟରେ ୧୫୦୦ ଟଙ୍କା ପ୍ରଦାନ କରି ଗ୍ରାହକମାନେ ୧ ବର୍ଷ ପାଇଁ ଏଚଡି ଚ୍ୟାନେଲ୍ ଓ ୫୦୦ଟି ଏଫଟିଏ ଚ୍ୟାନେଲ୍ ମାଗଣାରେ ୫ ବର୍ଷ ପାଇଁ ପାଇପାରିବେ । ଗ୍ରାହକମାନଙ୍କୁ ଦ୍ୱିତୀୟ ବର୍ଷରୁ ପେ ଚ୍ୟାନେଲଗୁଡ଼ିକ ପାଇଁ ୩୦୦ ଟଙ୍କା ଦେବାକୁ ହେବ। କ୍ରମାଗତ ଭାବେ ଦୁଇ ବର୍ଷ ପେ ଚ୍ୟାନେଲମାନଙ୍କ ପାଇଁ ଦେୟ ପ୍ରଦାନ କରି ଆପଣ ୧୯୯୯ ଟଙ୍କା (ବୁକିଂ ଓ ସେଟ୍ ଅପ୍ ବକ୍ସ ରିସିପ୍ଟରେ ଦେଇଥିବା ମୂଲ୍ୟ) ରିଚାର୍ଜ ଆକାରରେ ଫେରି ପାଇବେ ।