ପୁରୁଷଙ୍କୁ ପାଖରୁ ଦେଖିଲେ ଭୟ କରନ୍ତି ମହିଳା ! ଆସନ୍ତୁ ଜାଣିବା ମହିଳାଙ୍କ ଏଣ୍ଡ୍ରୋଫୋବିଆ ରୋଗ ସମ୍ମନ୍ଧରେ . . . .

94

ମଣିଷ ମାତ୍ରକେ ରୋଗ ହେବା ସ୍ୱାଭାବିକ କଥା । ବ୍ୟସ୍ତବହୁଳ ଜୀବନ, ଅନିୟମିତ ଦିନଚର୍ଯ୍ୟା ଯୋଗୁଁ ଆଜିକାଲି ବିଭିନ୍ନ ମାରାତ୍ମକ ରୋଗର ହେଉଛି । କିନ୍ତୁ ଏମିତି ଏମିତି ଏକ ରୋଗ ଅଛି ଯାହା କେବଳ ଝିଅ କିମା ମିହିଳା ମାନଙ୍କୁ ହୁଏ । ପୁରୁଷମାନେ ଏହି ରୋଗର ଶିକାର ହୁଅନ୍ତି ନାହିଁ
। ଏହି ରୋଗର ନାମ ହେଉଛି, ‘ଏଣ୍ଡ୍ରୋଫୋବିଆ’ । ତେବେ ସବୁଠାରୁ ବଡ଼ କଥା ହେଲା ଠିିକ ସମୟରେ ଯଦି ଏହି ରୋଗର ଚିକିତ୍ସା କରାନଯାଏ ତେବେ ଏହା ପରେ ବହୁତ ଅସୁବିଧାରେ ପକାଇବ ।

ମନୋବିଜ୍ଞାନୀ ଡ.ଅନାମିକା ପାପଡିବାଲାଙ୍କ ମତ ଅନୁସାରେ, ଛୋଟ ବୟସରୁ ହିଁ ଦୁର୍ଘଟଣା ଦେଖିକି ଡରିଯିବା, ‘ଏଣ୍ଡ୍ରୋଫୋବିଆ’ ରୋଗର ଲକ୍ଷଣ ହୋଇପାରେ । ତେବେ ଏହି ରୋଗ ବଂଶଗତ ମଧ୍ୟ ଦେଖାଯାଏ । ‘ଏଣ୍ଡ୍ରୋଫୋବିଆ’ ରୋଗର ଶିକାର ହୋଇଥିବା ମହିଳାମାନେ ପୁରୁଷ ଲୋକଙ୍କ ସହିତ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । କହିବାକୁ ଗଲେ ପୁରଷ ଲୋକଙ୍କୁ ଭୟ କରିଥାନ୍ତି ।

ତେବେ ଏହି ରୋଗର ପ୍ରତିକାର ପାଇଁ ପୁଅ ସାଙ୍ଗଙ୍କ ସହିତ ମିଳାମିଶା କରିବା ଉଚିତ୍ । ଏହା ବ୍ୟତୀତ ଏଣ୍ଡୋଫୋବିଆର ଶିକାର ହୋଇଥିବା ମହିଳା ନିଜ ପରିବାରର ପୁରୁଷ ଲୋକ ଓ ଦୂର ସମ୍ପର୍କୀୟଙ୍କ ସହିତ ଅଧିକ ସମୟ ବିତେଇବା ଜରୁରୀ । ପୁଅପିଲାଙ୍କ ସହ ମିଳାମିଶା ଓ କଥାବର୍ତ୍ତା କରିବା ଦ୍ୱାରା ଏହି ରୋଗରୁ ମୁକୁଳି ପାରିବେ ।