ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା , ହିଜବୁଲ କମାଣ୍ଡର ସହ ୩ ଆତଙ୍କବାଦୀ ମୃତ

81

କନକ ବ୍ୟୁରୋ : ଦକ୍ଷୀଣ କାଶ୍ମୀରରେ ଭାରତୀୟ ସେନାର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଅସରଫ ମୌଲବୀର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀର ମୃତ୍ୟୁ ଫଳରେ ଘାଟିରେ ଆତଙ୍କୀ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । ଏହା ସହ ଅନନ୍ତନାଗ ଜିଲ୍ଲା ପହଲଗାମ ନିକଟ ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟ ବେଳେ ଅନ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି ।

ଏନେଇ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ବିଜୟ କୁମାର ସୂଚନା ଦେଇ କହିଛନ୍ତି କି, ପହଲଗାମ ଠାରେ ଅଶରଫ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅଶରଫ ହିଜବୁଲ ଆତଙ୍କବାଦୀ ସଂଗଠନ କାଶ୍ମୀର ଶାଖାର କମାଣ୍ଡର ଥିଲା । ଏହା ପୂର୍ବରୁ ୨୦୨୦ ମଇ ୬ ତାରିଖରେ ଆତଙ୍କୀ ରିୟାଜ ନାଇକୁର ମୃତ୍ୟୁ ପରେ ଅଶରଫକୁ କମାଣ୍ଡର ଭାବେ ନିଯୁକ୍ତି ମିଳିଥିଲା ।

 

ବିିଜୟ କୁମାରଙ୍କ ସୂଚନା ମୁତାବକ ବଟକୁଟ ଜଙ୍ଗଲରେ ଅଶରଫ ଲୁଚିଥିବା ଖବର ପାଇବା ପରେ ପୋଲିସ ଓ ସେନାର ୧୯ଆରଆର ସଂଯୁକ୍ତ ଟିମ୍ ବଟକୁଟ ଜଙ୍ଗଲକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହା ଜାଣିବା ପରେ ଅଶରଫ ଓ ତାର ସହଯୋଗୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହି କ୍ରମରେ ପୋଲିସ ଗୁଳିରେ ଅଶରଫ ସମେତ ଅନ୍ୟ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।