ପାଞ୍ଚ କୋଟିର ଲଟେରି ଜିତିଲେ ୮୮ ବର୍ଷର ବୃଦ୍ଧ । ଲଗାତର ଭାବେ ୪୦ ବର୍ଷ ହେଲା କିଣିଆସୁଥିଲେ ଲଟେରି ଟିକେଟ ।

201

କନକ ବ୍ୟୁରୋ: ପାଞ୍ଚ କୋଟିର ଲଟେରି ଜିତିଲେ ୮୮ ବର୍ଷର ବୃଦ୍ଧ । ପଞ୍ଜାବରୁ ଆସିଛି ଏମିତି ଏକ ରୋଚକ ଖବର । ପଞ୍ଜାବ ଡେରାବିସର ମହନ୍ତ ଦ୍ୱାରକା ଦାସଙ୍କର ଲଟେରି ପ୍ରତି ଅହେତୁକ ଆଗ୍ରହ ରହିଛି । ଯଦି ବାଟରେ ଯାଉ କିମ୍ବା ଖବର କାଗଜରେ ଲଟେରି ନେଇ କୌଣସି ଖବର ବାହାରିଥାଏ, ତାହେଲେ ସେ ଟିକେ ଅଟକି ଯାଆନ୍ତି । ଆଉ ଗୋଟିଏ ଲଟେରି ଟିକେଟ କିଣନ୍ତି । ଏମିତି ସେ ବର୍ଷ ପରେ ବର୍ଷ କରିଆସୁଛନ୍ତି । ହେଲେ ଏବେ ତାଙ୍କୁ ଭାଗ୍ୟ ସହାୟତା କରିଛି । ନିକଟରେ ସେ ଏକ ଲଟେରି ଟିକେଟ କିଣିଥିଲେ, ଆଉ ଯେତେବେଳେ ଏହାର ଫଳାଫଳ ବାହାରିଲା, ଦ୍ୱାରକା ଦାସଙ୍କ ଖୁସି କହିଲେ ନସରେ । କାରଣ ସେ ୫ କୋଟିର ଲଟେରି ଜିତିଛନ୍ତି । ୩୦ରୁ ୪୦ ବର୍ଷ ଧରି ସେ ଯେଉଁ ସ୍ୱପ୍ନ ଦେଖିଆସୁଥିଲେ, ଏବେ ତାହା ସଫଳ ହୋଇଛି । ସେ କହିଛନ୍ତି ଯେ, ଏହି ଅର୍ଥରୁ ନିଜ ପିଲାଙ୍କୁ କିଛି ଅର୍ଥ ଦେବେ, ଆଉ କିଛି କାମ ଜନହିତକର କାମରେ ଲଗାଇବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।