ସୋରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ । ସ୍କୁଲ ଯିବା ବାଟରେ ଉଠାଇ ନେଇ ଲଜରେ ଦୁଷ୍କର୍ମ କଲେ ୨ ଯୁବକ । ଥାନାରେ ଏତଲା ଦେଲେ ପରିବାର ଲୋକ

319

କନକ ବ୍ୟୁରୋ: ସୋରରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦଶମ ଶ୍ରେଣୀର ଦୁଇ ଛାତ୍ରୀ ସ୍କୁଲ ଯିବା ବାଟରେ ସେମାନଙ୍କୁ ଦୁଇ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଦୁଇ ନାବାଳିକା ମଙ୍ଗଳବାର ସ୍କୁଲ ଯାଉଥିବା ବେଳେ ହଠାତ୍ ଦୁଇ ଯୁବକ ପହଞ୍ଚି ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ, ଆଉ ଜୋରଜବରଦସ୍ତ ବୋଲେରୋ ଗାଡ଼ିରେ ଉଠାଇ ନେଇଯାଇଥିଲେ । ଏହାପରେ ଦୁଇ ନାବଳିକାଙ୍କୁ ଏକ ଲଜକୁ ନେଇ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକାଙ୍କୁ ଅଭିଯୁକ୍ତ ନିଶା ଦେଇ ଦୁଷ୍କର୍ମ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପଟେ ଏତଲା ପରେ ପୋଲିସ୍ ତନାଘନା ଚଳାଇଛି । ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।