ସମୁଦ୍ର ଭିତରେ ୧୦୦ଦିନ । ବିଶ୍ୱ ରେକର୍ଡ କଲେ ଜଣେ ବ୍ୟକ୍ତି

245

କନକ ବ୍ୟୁରୋ : ବିଶ୍ୱ ରେକର୍ଡ କରିବାର ନିଶା । ସମୁଦ୍ର ଭିତରେ ଲଗାତାର ୧୦୦ ଦିନ ରହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକା ଫ୍ଲୋରିଡାର ଜଣେ ବ୍ୟକ୍ତି । ଯେଉଁଠି ମଣିଷ ପାଣିରେ ୫ରୁ ୧୦ ମିନିଟ୍ ପହଁରି ଥକିଯାଇଥାଏ । ସେଠାରେ ଜଣେ ବ୍ୟକ୍ତି ୧୦୦ଦିନ ସମୁଦ୍ର ଭିତରେ ସମୟ ବିତାଇଛନ୍ତି ।

ଆମେରିକାର ନୌସେନାର ପୂର୍ବତ୍ତନ ଅଧିକାରୀ ତଥା ନୌସେନାର ପୂର୍ବତ୍ତନ ସି-ଡାଇଭର ଜୋସେଫ୍ ଡିଟୁରୀ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୧ତାରିଖରୁ ଫ୍ଲୋରିଡାର ଲାର୍ଗୀ ସିଟିରେ ଥିବା ସମୁଦ୍ରରେ ରହିବାର ନିଷ୍ପତ୍ତି ନେଇଥିଲେ । ଯେତେବେଳେ ଏହି ଯାତ୍ରା ଆରମ୍ଭ କରିଥିଲେ ଜୋସେଫ୍, ସେତେବେଳେ ସୁମୁଦ୍ରରେ ୧୦ ଦିନ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ତାଙ୍କ ନିଷ୍ପତ୍ତି ଅନୁସାରେ ୧୦ଦିନ ସମୁଦ୍ର ଭିତରେ ରହିଥିଲେ ମଧ୍ୟ । ପରେ ୧୦୦ ଦିନ ରହିବାର ନିଷ୍ପତ୍ତି ନେଇଥିଲେ । ଆଉ ତାକୁ ପୂରା କରି ଦେଖାଇଥିଲେ ।

ତେବେ ଜୋସେଫ୍ ସମୁଦ୍ର ଭିତରେ ୧୦୦ଦିନ ବିତାଇବା ପରେ ତାଙ୍କର ଉଚ୍ଚତା ମପାଯାଇଥିଲା । ଆଉ ଜଣାପଡିଥିଲା ତାଙ୍କର ଉଚ୍ଚତା କମିଯାଇଛି । ପାଣିରେ ରହିବା କାରଣରୁ ତାଙ୍କର ଚର୍ମ ମଧ୍ୟ ଢିଲା ପଡିଯାଇଥିଲା । ତଥାବି ସେ ସୁସ୍ଥ ଥିଲେ ଏବଂ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଥିଲେ । ପୂର୍ବରୁ ଜଣେ ବ୍ୟକ୍ତି ସମୁଦ୍ର ଭିତରେ ୭୩ଦିନ ବିତାଇ ବିଶ୍ୱ ରେକର୍ଡ କରିଥିଲେ । ଏବେ ତାଙ୍କର ରେକର୍ଡ କାଟି ଜୋସେଫ୍ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ତେବେ ଜୋସେଫ୍ ଡିଟୁରୀ ଜଣେ ପ୍ରଫେସର ମଧ୍ୟ ଅଟନ୍ତି, ସେ ପରୀକ୍ଷା କରିବାକୁ ଚାହୁଁଥିଲେ କି, ମଣିଷ ଲମ୍ବା ସମୟ ଯାଏଁ ପାଣିରେ ରହିଲେ ମଣିଷ ଶରୀର ଉପରେ କଣ ପ୍ରଭାବ ପଡିଥାଏ । ମଣିଷର ବଞ୍ଚିବାର ସମୟ ସୀମା କମିଥାଏ କି? ଏହା ଜାଣିବା ପାଇଁ ପ୍ରଫେସର ତଥା ପୂର୍ବତ୍ତନ ନୌସେନା ଅଫିସର୍ ଏପରି ପରୀକ୍ଷା କରିଥିଲେ