ଭୁବନେଶ୍ୱରରୁ ସିଧା ବ୍ୟାଙ୍କକ ! ଆଉ ମଝି ରାସ୍ତାରେ ଅଟକିବନି ବିମାନ, ସପ୍ତାହକୁ ଦୁଇଥର ଉଡିିବ ୧୬୨ ଆସନ ବିଶିଷ୍ଟ ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ କେତେ ପଡିବ ଭଡା ?

121

କନକ ବ୍ୟୁରୋ : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ । ମାଲେସିଆ ପରେ ଆଜି ସିଧାସଳଖ ଭାବେ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି । ୩୭ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଛି । ଏଣିକି ପ୍ରତି ଗୁରୁବାର ଓ ରବିବାର ବ୍ୟାଙ୍କକକୁ ବିମାନ ସେବା ମିଳିପାରିବ । ଆଉ ଯିବା ଆସିବା ପାଇଁ ଆପଣଙ୍କୁ ଦେବାକୁ ପଡିବ ପ୍ରାୟ ୧୨ ହଜାର ୫ଶହ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପତାକା ଦେଖାଇ ବ୍ୟାଙ୍କକକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । କହିଛନ୍ତି, ଏହା ଓଡିଶା ପାଇଁ ଏକ ଐତିହାସିକ ମୁହୂର୍ତ ଏବଂ ଏହାଦ୍ୱାରା ଓଡିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିପାରିବେ ।

Biju Patnaik airport Bhubaneswar odisha International Airportରବିବାର ସକାଳ ପ୍ରାୟ ୭ଟା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବ୍ୟାଙ୍କକରୁ ପହଁଚିଲା ପ୍ରଥମ ବିମାନ । ଆଉ ବିମାନ ବନ୍ଦରରେ ସ୍ୱାଗତ କରାଗଲା । ଏହା ଏଥିପାଇଁ ଏକ ଖୁସିର ମୁହୂର୍ତ ଥିଲା ଯେହେତୁ, ମାଲେସିଆ ପରେ ଓଡିଶା ଆଉ ଏକ ଦେଶ ସହ ସିଧା ଉଡାଣରେ ଯୋଡି ହୋଇଥିଲା । ଯାହା ବିମାନଯାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳାଇଦେଇଛି ।ଆଜିଠାରୁ ଆରମ୍ଭ ହୋଇଛି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବିମାନ ସେବା । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ କିମ୍ବା କୋଲକାତା ଯାଇ ସେଠାରୁ ବ୍ୟାଙ୍କକ୍ ଯିବାକୁ ପଡୁଥିଲା ଓଡିଆ ଲୋକଙ୍କୁ । ଏବେ ସିଧାସଳଖ ବ୍ୟାଙ୍କକ୍ ଯାଇପାରିବେ ।

ଆଜି ସକାଳେ ବ୍ୟାଙ୍କକରୁ ବିମାନ ପହଁଚିବା ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକକୁ ବିମାନ ଉଡାଣର ଶୁଭାରମ୍ଭକୁ ସମସ୍ତେ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ୧୬୨ ସିଟ୍ ବିଶିଷ୍ଟ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ କରିଥିଲେ । କହିଥିଲେ, ଏହାଦ୍ୱାରା ଓଡିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିପାରିବେ ।

konark 41ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଗତ ଏପ୍ରିଲ ୨୬ରେ ଆରମ୍ଭ ହୋଇଥିଲା । ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଉଡିଥିଲା ବିମାନ । ଏବେ ବ୍ୟାଙ୍କକ୍କୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ସେବା । ଏହି ବିମାନ ସେବା ଫଳରେ ଓଡିଶା ଅନ୍ତର୍ଜାତୀୟ ବିମାନ ସେବା ମାନଚିତ୍ରରେ ଯୋଡି ହୋଇଯାଇଛି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡିକ ସହ ସିଧାସଳଖ ସମ୍ପର୍କ ଯୋଡି ପାରିବେ ଓଡିଶା ବାସୀ ।

ଓଡିଶାରେ ଭରିରହିଛି ପର୍ଯ୍ୟଟନର ସମ୍ଭାର । ବୌଦ୍ଧ, ଜୈନ ଓ ହିନ୍ଦୁ ତୀର୍ଥସ୍ଥଳୀ ସହ ଭୁବନେଶ୍ୱର-ପୁରୀ-କୋଣାର୍କ ସ୍ୱଣ୍ଣ ତ୍ରିଭୁଜ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ, ଆଇଟି ଓ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନର ହବ୍ ପାଲଟିଛି ଭୁବନେଶ୍ୱର । ମାଲେସିଆ ପରେ ଏବେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ଏକ୍ଷେତ୍ରରେ ଆଗକୁ ବଢିବା ପାଇଁ ଓଡିଶାକୁ ଆହୁରି ସୁଯୋଗ ଆଣିଦେବ ।