ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ଅଜବ ଯୁକ୍ତି । ସେ ନୁହେଁ ମହିଳା ଜଣଙ୍କ ନିଜେ ପରିଶ୍ରା କରିଦେଇଥିବା କୋର୍ଟରେ କହିଲେ ଅଭିଯୁକ୍ତଙ୍କ ଓକିଲ

196

କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିବା ଅଭିଯୋଗ ଥିବା ଡାକ୍ତର ଶଙ୍କର ମିଶ୍ର କୋର୍ଟରେ ଏଭଳି କିଛି ବୟାନ ଦେଇଛନ୍ତି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ମହିଳାଙ୍କ ଉପରେ ସେ ନୁହେଁ ବଂର ମହିଳା ନିଜେ ସିଟରେ ପରିଶ୍ରା କରିଥିବା କୋର୍ଟରେ କହିଛନ୍ତି ଶଙ୍କର । ନ୍ୟୁ ୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଆକାଶରେ ଉଡୁଥିବା ସମୟରେ ନିଶାଶକ୍ତ ୍ରଅବସ୍ଥାରେ ଜଣେ ୭୦ ବର୍ଷିୟ ମହିଳାଙ୍କ ଉପରେ ପରିଶ୍ରା କରିଦେଇଥିବା ନେଇ ଅଭିଯୋଗ ରହିଥିଲା ।

ଏନେଇ ଏୟାର ଇଣ୍ଡିଆ ପକ୍ଷରୁୁ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ବାଙ୍ଗାଲୋରରୁ ଗିରଫ କରିଥିଲା । ଶଙ୍କରଙ୍କ ଓକିଲ କୋର୍ଟରେ କହିଛନ୍ତି, ଅଭିଯୋଗକାରୀ ମହିଳାଙ୍କ ସିଟ୍ ଲକ୍ ଥିଲା । ତେଣୁ ଶଙ୍କର ବାହାରକୁ ଯାଇପାରିନଥିଲେ । ମଳମୂତ୍ର ନିୟଣନ୍ତ୍ର କରିବାରେ ମହିଳା ଜଣଙ୍କ ଅକ୍ଷମ ଥିବାରୁ ସେ ପରିଶ୍ରା କରିଦେଇଥିବା କହିଛନ୍ତି ଶଙ୍କରଙ୍କ ଓକିଲ । ଅଭିଯୋଗକାରୀ ଜଣେ କଥକ ନୃତ୍ୟୁଶୀଳ୍ପୀ ଏବଂ ସବୁ କଥକ ନୃତ୍ୟଶୀଳ୍ପୀଙ୍କର ଏଭଳି ସମସ୍ୟା ଥିବା ନେଇ ଅଜବ ଯୁକ୍ତି ବାଢିଛନ୍ତି ଡାକ୍ତରଙ୍କ ଓକିଲ ।