କଂଗ୍ରେସରୁ ବିଦା ହେଲେ ଜଟଣି ବିଧାୟକ ସୁର ରାଉତରାୟ । ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି ।

205

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ମହଙ୍ଗା ପଡିଛି ପୁତ୍ରମୋହ । କାରଣ ବିଶୃଙ୍ଖଳା ଓ ଦଳବିରୋଧୀ କାମ ପାଇଁ ତାଙ୍କୁ ଦୂରେଇ ଦେଇଛି କଂଗ୍ରେସ । ନିର୍ଦ୍ଦେଶନାମା ଜାରି କରି ୬ ବର୍ଷ ପାଇଁ ଏହି ବରିଷ୍ଠ ନେତାଙ୍କୁ ବହିଷ୍କାର କରିଛି ଦଳ ।

୨୦୧୯ରେ ଯେତେବେଳେ ଦେଶରେ ମୋଦୀ ଓ ରାଜ୍ୟରେ ନବୀନ ଲହର ଚାଲିଥିଲା ସେତେବେଳେ ଜଟଣୀରେ କଂଗ୍ରେସର ବିଜୟବାନା ଉଡାଇଥିଲେ ସୁର । ବୟସାଧିକ କାରଣରୁ ଚଳିତ ନିର୍ବାଚନ ଲଢିବେ ନାହିଁ ବୋଲି ବହୁ ଆଗରୁ ଘୋଷଣା କରିଥିଲେ ଏହି ୬ ଥରର ବିଧାୟକ । ଏବଂ ପୁଅ ପାଇଁ ରାଜନୈତିକ ପଥ ପରିସ୍କାର କରିଥିଲେ । ହେଲେ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ଓ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବା ସୁରଙ୍କ ଅଡୁଆ ବଢାଇ ଦେଇଥିଲା । ଅଭିଯୋଗ ହୋଇଥିଲା, କଂଗ୍ରେସରେ ଥାଇ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସାନ ପୁଅ ପାଇଁ ପ୍ରଚାର କରୁଛନ୍ତି ସୁର । ସେହି ଅଭିଯୋଗ ଆଧାରରେ କଠୋର କାର୍ଯ୍ୟାନୁଷ୍ଠନ ନେଇଛି କଂଗ୍ରେସ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ।