ଢେଙ୍କାନାଳରେ ଆୟକର ବିଭାଗର ଚଢାଉ: ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ରେଡ୍ କରୁଛନ୍ତି ଆଇଟି ବିଭାଗର ୨ଟି ଟିମ୍

152

କନକ ବ୍ୟୁରୋ: ଢେଙ୍କାନାଳ, ତୁମୁସିଙ୍ଗା ଥାନା ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ୍ କମ୍ପାନୀରେ ଆୟକର ବିଭାଗର ଚଢାଉ । ଆଇଟି ବିଭାଗର ୨ଟି ଟିମ୍ ରେଡ୍ରେ ହୋଇଛନ୍ତି ସାମିଲ୍ । ଏହି କମ୍ପାନୀ ୨୦୧୨ ମସିହାରୁ ଆଲକହଲ ଓ ନନ୍ଆଲକହଲ ପାନୀୟ ପ୍ରସ୍ତୁତ କରି ଆସୁଛି । ବିନା ସରକାରୀ ମଂଜୁରୀରେ ମଦ ପ୍ରସ୍ତୁତ କରୁଥିବା ନେଇ ଆୟକର ବିଭାଗର ଚଢାଉ । କମ୍ପାନୀକୁ ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ପାଇଁ ଅନୁମତି ମିଳିଛି । ବ୍ଲିଣ୍ଡିଙ୍ଗ୍, ବଟଲିଙ୍ଗ୍, ଡିଷ୍ଟ୍ରିବ୍ୟୁସନ୍ ଏବଂ ସେଲିଂ ପାଇଁ ଅନୁମତି ମିଳିଥିଲା ଏହି କମ୍ପାନୀକୁ । ହେଲେ ବେସରକାରୀ ଭାବେ ପ୍ରଡକ୍ଟ ପ୍ରସ୍ତୁତ କରି ଆସୁଛି ଏହି କମ୍ପାନୀ । ଏହାସହ ଦୀର୍ଘ ଦିନ ହେବ ଟିକସ ଫାଙ୍କି ଆସୁଛି ଏହି କମ୍ପାନୀ । ଏହାକୁ ନେଇ ଆଜି ଆଇଟି ବିଭାଗ ପକ୍ଷରୁ ଚଢାଉ ହୋଇଛି ।