ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ

666

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତି ରହିଛି । ବର୍ତମାନ ଦେଶର ବିଧାୟକଙ୍କ ସମ୍ପତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ଜଣ ବିଧାୟକଙ୍କ ମୋଟ ସମ୍ପତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ଅଧିକ । ଏହି ତିନି ରାଜ୍ୟର ମୋଟ ବଜେଟ୍ ପରିମାଣ ୪୯ହଜାର ୧୦୩ କୋଟି ଟଙ୍କା । ଏହି ବିଧାୟକଙ୍କ ମଧ୍ୟରୁ ବିଜେପି ବିଧାୟକଙ୍କର ସର୍ବାଧିକ ସମ୍ପତି ରହିଛି । ବିଜେପିର ୧୩୫୬ ଜଣ ବିଧାୟକଙ୍କ ପାଖରେ ମୋଟ ୧୬ହଜାର ୨୩୪ କୋଟି ଟଙ୍କା ରହିଛି । ସେହିପରି ୭୧୯ କଂଗ୍ରେସ ବିଧାୟକଙ୍କ ସମ୍ପତି ୧୫ହଜାର ୭୯୮ କୋଟି ଟଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି, ମୋଟ ୪ହଜାର ୩୩ ବିଧାୟକଙ୍କ ମଧ୍ୟରୁ ୪ହଜାର ୧ ସମ୍ପତି ତାଲିକାକୁ ସାମିଲ କରାଯାଇଛି । ରିପୋର୍ଟରେ କୁହାଯାଇଛି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୱାଇଏସଆରସିପିର ୧୪୬ ବିଧାୟକଙ୍କ ସମ୍ପତି ୩ହଜାର ୩୭୯ କୋଟି ଟଙ୍କା ରହିଛି । ସେହିପରି ଡିଏମକେର ୧୩୧ ବିଧାୟକଙ୍କ ପାଖରେ ୧ହଜାର ୬୬୩ କୋଟି ଟଙ୍କାର ସମ୍ପତ୍ତି, ଆମ୍ ଆଦମୀ ପାର୍ଟିର ୧୬୧ ବିଧାୟକଙ୍କ ପାଖରେ ୧ହଜାର ୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ରିପୋର୍ଟରେ ୮୪ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କର ସମ୍ପତି ଉଲ୍ଲେଖ ହୋଇଛି । ତେବେ ପ୍ରତି ବିଧାୟକଙ୍କ ହାରାହାରି ସମ୍ପତି ୧୩ କୋଟି ୬୩ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ଗତ ନିର୍ବାଚନରେ ଏହି ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏହି ସମ୍ପତିର ପରିମାଣକୁ ହିସାବରେ ନିଆଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଧାୟକମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠା ସମୀକ୍ଷା ପରେ ଏଡିଆର ଏବଂ ଏନଇଡବ୍ଲ୍ୟୁ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି ।