ଆଇଆଇଟି ଭଳି ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ମହିଳାଙ୍କୁ ମିଳିପାରେ ଅତିରିକ୍ତ କୋଟା : ଆଇନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରିତା ସଂଖ୍ୟା ସବୁଠାରୁ କମ୍

91

ସଂସଦର ବିଭାଗ ସମ୍ବନ୍ଧୀୟ ସ୍ଥାୟୀ ସମିତି ନ୍ୟାୟାଳୟଗୁଡିକରେ ମହିଳାଙ୍କ ବିଚାରପତିଙ୍କ ଭାଗିଦାରୀ ୧୦%ରୁ ବୃଦ୍ଧି କରି ୫୦% କରିବାକୁ ସୁପାରିଶ କରିଛି । ସମିତି ନ୍ୟାୟପାଳିକାକୁ ମହିଳା ବିଚାରପତିଙ୍କ ପ୍ରତିନିଧିତ୍ୱ ବହୁତ କମ୍ ହେଉଥିବାର ଜଣାଇ ଏହି ପରାମର୍ଶ ଦେଇଛି । ସମିତି ଏଥିପାଇଁ ଅଧିନସ୍ଥ ନ୍ୟାୟପାଳିକାରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା ପାଇଁ ଭାରତୀୟ ବୈଷୟିକ ସଂସ୍ଥା ଭଳି ଜାତୀୟ ଆଇନ୍ ବିଶ୍ୱ ବିଦ୍ୟାଳୟ ଓ ବିଧି ସ୍ନାତକର ୫ବର୍ଷୀୟ କାର୍ଯ୍ୟକ୍ରମରେ ମହିଳା ପ୍ରତିଯୋଗୀଙ୍କ ପାଇଁ ଅତିରିକ୍ତ କୋଟା ପ୍ରଣାଳୀ ଲାଗୁ କରିବାର ପରାମର୍ଶ ଦେଇଛନ୍ତି । ସମିତି ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ସଂଖ୍ୟା ୫୦% ପର୍ଯ୍ୟନ୍ତ କରିବାକୁ ସୁପାରିଶ କରିଛନ୍ତି ।

ସ୍ୱାଧୀନତା ପରେ ସୁପ୍ରିମକୋର୍ଟରେ କେବଳ ୬ଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି । ଏଥିମଧ୍ୟରୁ ପ୍ରଥମ ନିଯୁକ୍ତି ୧୯୮୯ରେ ହୋଇଥିଲା । ରିପୋର୍ଟ ଅନୁସାରେ, ଅଧିନସ୍ଥ ନ୍ୟାୟାଳୟରେ ମହିଳା ବିଚାରପତିଙ୍କ ପାଇଁ ସର୍ବାଧିକ ଆରକ୍ଷଣ(୩୫%) ବିହାରେରେ । ଯେବେକି ଆନ୍ଧ୍ର ପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାରେ ଏହା ୩୩.୩୩%, ଆସାମ, ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ତଥା ତାମିଲନାଡୁରେ ୩୦% ଏବଂ ଉତ୍ତର ପ୍ରଦେଶରେ ୨୦% ଅଧିନସ୍ଥ ବିଚାରପତି ପଦ ମହିଳାଙ୍କ ପାଇଁ ଆରକ୍ଷଣ ହୋଇଛି ।