ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । କିନ୍ତୁ ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ

316

କନକ ବ୍ୟୁରୋ: ଓଲିଉଡ କଳିରେ ପୂର୍ଣ୍ଣଛେଦ ଟାଣିବାକୁ ଅଭିନେତା ଅରିନ୍ଦମଙ୍କ ଅପିଲ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମନୋଜ ମିଶ୍ର । ମନୋଜ କହିଛନ୍ତି କେଉଁ ସମାଧାନ କଥା କହୁଛନ୍ତି ଅରିନ୍ଦମ୍ । ତାଙ୍କ ଫିଲ୍ମକୁ ପଶ୍ଚିମ ଓଡିଶାରେ ବ୍ୟାନ୍ କରିବାକୁ ସେ କାହାକୁ କହି ନଥିଲେ । ତେଣୁ ବିବାଦର ସମାଧାନ ପାଇଁ କେତେକ ସର୍ତ ରଖିଛନ୍ତି ମନୋଜ ମିଶ୍ର ।

– ପ୍ରଥମେ ‘ମାଇଣ୍ଡ ଗେମ୍’କୁ ସମସ୍ତ ହଲରେ ପୁଣିଥରେ ରିଲିଜ୍ କରାଯାଉ

– ତାଙ୍କ ଉପରେ ଯେଉଁ ୨ ବର୍ଷର ବାସନ୍ଦ ଲାଗିଛି ତାହା ପ୍ରତ୍ୟାହାର ହେଉ

ଗୋଟେପଟେ  ୟୁସିସିସି କହିଛି ମନୋଜ ମିଶ୍ରଙ୍କ ଉପରୁ ହଠିବ ନାହିଁ ବ୍ୟାନ । ୟୁସିସି ଓ ଟୁଟୁ ନାୟକଙ୍କ ସମ୍ପର୍କକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏଭଲି କହିଛନ୍ତି ପ୍ରଯୋଜକ ଜ୍ୟୋତି ରଂଜନ ମହାନ୍ତି । ଏଥିସହ କହିଛନ୍ତି ସେ ନିଜ ବିବାଦକୁ ସମାଧାନ କରିବାକୁ ଚାହୁଁନାହାଁନ୍ତି । ଆଲୋଚନା ପାଇଁ ତାଙ୍କୁ ଡକାଗଲେ ମଧ୍ୟ ସେ ଆସୁନାହାଁନ୍ତି ।  ସବୁବେଳେ ପଶ୍ଚିମ ଓଡ଼ିଶା କଥା କହୁଛନ୍ତି ହେଲେ ତାଙ୍କ ସିନେମାରେ କେତେଜଣ ପଶ୍ଚିମ ଓଡ଼ିଶାର ଅଭିନେତା ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମନୋଜଙ୍କ ଉପରେ ନିଆଯାଇଥିବା ନିଷ୍ପତି ସାମୂହିକ ନିଷ୍ପତ୍ତିି ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି ।

ବିବାଦ ବଢ଼ି ଚାଲିଥିବା ବେଳେ ପୁଣି ଥରେ ସାମନାକୁ ଆସିିଥିଲେ ଅଭିନେତା ଅରିନ୍ଦମ ରାୟ । ସାମ୍ବାଦିକ ସମ୍ମିଳନୀ କରି, ମିିଳିମିଶି ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ପ୍ରଯୋଜକ ସଂଘ ମନୋଜ ମିଶ୍ରଙ୍କ ଫିଲ୍ମ ମାଇଣ୍ଡ ଗେମ୍ଙ୍କୁ ବାସନ୍ଦ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ସଂଘର ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ଅତିତରେ ବିବାଦରେ ରହିଥିଲା ପ୍ରଯୋଜକ ସଂଘ ୟୁସିସିସି । କିନ୍ତୁ ଅରିନ୍ଦମଙ୍କ ସାମ୍ବାଦିକ ସମ୍ମିଳନୀ ଓ ମନୋଜଙ୍କ ସର୍ତ୍ତ ପରେ ବିବାଦ ସମାଧାନ ପରିବର୍ତ୍ତେ ଆହୁରି ବଢିବା ଆଶଙ୍କା କରାଯାଉଛି ।