ବାପାଙ୍କ ଜନ୍ମଭୂମି ଆଉ ଜେଜେଙ୍କ କର୍ମଭୂମିରେ ପର ହୋଇଗଲେ ଅଭିଷେକ ! ଡାକି ଡାକି ରହିଲେ ହେଲେ ଖୋଲାହେଲାନି କବାଟ

126

ନିଜ ଜନ୍ମଭୂମିରେ ପର ହୋଇଯାଇଛି ବଚ୍ଚନ ପରିବାର । ଏହାର ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।ଶନିବାର ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଅସ୍ଥି ବସର୍ଜନ ପାଇଁ ଆଲହାବାଦ ଯାଇଥିଲେ ଅଭିଷେକ୍ । ସାଥିରେ ଥିଲେ ଝିଅ ଆରାଧ୍ୟା । ତେବେ ଆଲହାବାଦ ଯାଇଥିବାରୁ ପୈତୃକ ଘର ଦେଖିବା ପାଇଁ ପରିବାର ସହ ପହଂଚିଥିଲେ ଅଭିଷେକ୍ । ଏହି ଘରେ ବିଗ୍ ବି ଅମିତାଭ୍ ବଚ୍ଚନ ଜନ୍ମଗ୍ରହଣ କରିଥିଲେ । ଆଉ ଏହି ଘରେ ହରିବଂଶ ରାୟ ବଚ୍ଚନ କବିତା ଲେଖି ପ୍ରସିଦ୍ଧ ହୋଇଥିଲେ । କିନ୍ତୁ ଦୁଃଖର କଥା ଏହି ଘର ଭିତରକୁ ଯିବାକୁ ଅଭିଷେକଙ୍କୁ ଯିବାକୁ ଅନୁମତି ମିଳିଲା ନାହିଁ । ଅଭିଷେକଙ୍କ ବାହାର ଗେଟ୍ ପାଖରେ ଅନେକ ସମୟ ଛିଡା ହୋଇ ଡାକିବା ସହ ଫୋନ୍ ମଧ୍ୟ କଲେ । ହେଲେ ଘରର କବାଟ କେହି ଖୋଲିଲେ ନାହିଁ । ଶେଷରେ ବାଧ୍ୟ ହୋଇ ଗେଟ୍ ପାଖରୁ ଫେରିଆସିଲେ ଅଭିଷେକ ଏବଂ ତାଙ୍କ ପରିବାର ।

କବାଟ ଖୋଲା ନହେବାର କାରଣ :

ସୂଚନା ଅନୁସାରେ, ଏହି ବଙ୍ଗଳାଟି ଶଙ୍କର ତିୱାରୀଙ୍କର ଥିଲା । ଆଉ ହରିବଂଶ ରାୟ ବଚ୍ଚନ ଏଠାରେ ଭଡାରେ ରହୁଥିଲେ । ତେବେ ହରିବଂଶ ଅନେକ ଦିନ ଯାଏ ଏଠାରେ ରହିଥିବାରୁ ଘରଟି ଆଜି ବି ଅମିତାଭଙ୍କ ଘର ଭାବରେ ପ୍ରସିଦ୍ଧ । ତେବେ ତଥ୍ୟ ଅନୁସାରେ, କୌଣସି କାରଣରୁ ବିଗ୍ ବିଙ୍କ ଉପରେ ରାଗି ବଚ୍ଚନ ପରିବାର କୌଣସି ବି ସଦସ୍ୟଙ୍କୁ ଏହି ବଙ୍ଗଳାରେ ପ୍ରବେଶ ନକରାଇବାକୁ ଶଙ୍କର ତିୱାରୀ ଘୋଷଣା କରିଥିଲେ । ସେବେଠାରୁ ଆଜି ଯାଏଁ ବଚ୍ଚନ ପରିବାରର କୌଣସି ବି ସଦସ୍ୟ ଏହି ଘରକୁ ଯାଆନ୍ତି ନାହିଁ । ଆଉ ଯେବେ ବି କେହି ଯାଏ ତେବେ ଶଙ୍କର ଘୋଷଣା ଅନୁଯାୟୀ ଘରର ଗେଟ୍ ଖୋଲାଯାଏ ନାହିଁ ।

ଏବେ ଶଙ୍କର ତିୱାରୀ ମୃତ୍ୟୁବରଣ କରିସାରିଛନ୍ତି । କେବଳ ଘରର ଦେଖାଶୁଣା କରିବାକୁ କୃଷ୍ଣକୁମାର ପାଣ୍ଡେ ନାମକ ଜଣେ ବ୍ୟକ୍ତି ଅଛନ୍ତି । ହେଲେ ଶଙ୍କରଙ୍କ କଥା ରଖିବାକୁ ଯାଇ ସେ କେବେ ବି ବଚ୍ଚନ ପରିବାରର କୌଣସି ସଦସ୍ୟଙ୍କ ପାଇଁ ଘରର କବାଟ ଖୋଲନ୍ତି ନାହିଁ । ତଥାପି ଅମିତାଭ୍ ବଚ୍ଚନ ଅଲହାବାଦକୁ ନିଜ ଜନ୍ମସ୍ଥାନ ଏବଂ ଏହି ଘରକୁ ନିଜ ଘର ବୋଲି ମାନନ୍ତି ।