ଗହଣା ଦେଖିବା ବାହାନାରେ ଦୋକାନରୁ ଚୋରି ! ସିସିଟିଭିରେ କଏଦ୍ ଭିଡିଓ

40

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ସ୍ମାର୍ଟ ଚୋର । ଗହଣା ଦେଖିବା ବାହାନାରେ କଳାକନା ବୁଲାଇଲା ଚୋର । ଦିନ ଦ୍ୱିପ୍ରହରେ ଠକି ନେଲା ଲକ୍ଷାଧିକ ଟଙ୍କା ସୁନା ଗହଣା । ରାଜଧାନୀରେ ଏକ ଜୁଏଲାରୀ ଦୋକାନରୁ ଚୋରୀ ହୋଇଯାଇଛି ୩ଲକ୍ଷ ଟଙ୍କାର ସୁନାଗହଣା । ପୁରୁଣା ଭୁବନେଶ୍ୱର ରଥ ରୋଡରେ ଥିବା ମା ତାରିଣୀ ଅଳଙ୍କାର ଦୋକାନରୁ ଗହଣା କିଣିବାକୁ ଆସି ଜଣେ ବ୍ୟକ୍ତି ଏପରି କାରନାମା କରିଛନ୍ତି । ତେବେ ଏହି ଲୁଟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହାକୁ ଆଧାର କରି ତଦନ୍ତ କରୁଛି ପୋଲିସ ।