ରିଜର୍ଭେସନ ଟିକେଟ୍ ପାଇଁ ବାଧ୍ୟତାମୂଳକ ହେବ ଆଧାର ! ଏପ୍ରିଲ ମାସ ଠାରୁ ଲାଗୁ ହେବ ନିୟମ
ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିବ ଲଗାମ୍ । ଟ୍ରେନ ଯାତ୍ରା ପାଇଁ ଆଧାର ନମ୍ବର ହେଲା ବାଧ୍ୟତାମୂଳକ । ରିଜର୍ଭେସନ ଟିକେଟ ପାଇଁ ବାଧ୍ୟତାମୂଳକ ହେବ ଆଧାର ନମ୍ବର । ବିନା ଆଧାର ନମ୍ବରରେ ଟିକଟେ କରିହେବ ନାହିଁ କି ଯାତ୍ରା କରିହେବ ନାହିଁ । ପୂର୍ବରୁ କେବଳ ଭଡ଼ାରେ ରିହାତି ପାଉଥିବା ଯାତ୍ରୀଙ୍କ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଥିଲା । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ମଧ୍ୟ ଏହି ନିୟମ ଖୁବ ଶୀଘ୍ର ଲାଗୁ ହେବ । ସୂତ୍ର ଅନୁସାରେ ଏପ୍ରିଲ ପର୍ଯ୍ୟନ୍ତ ଯାତ୍ରୀମାନେ ଏହି ନିମୟ ପାଳନ କରିବା ପାଇଁ ବାଧ୍ୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଧାର କାର୍ଡ଼ ବାଧ୍ୟତାମୂଳକ ହେବା ପରେ ଅନ୍ୟ ନାମରେ ଟିକଟେ କରି କେହି ବି ଯାତ୍ର କରିପାରିବେ ନାହିଁ । ଟିଟିିଇ ପାଖରେ ମହଜୁଦ ଚାର୍ଟରେ ମଧ୍ୟ ଆଧାର ନମ୍ବର ମହଜୁଦ ରହିବ । ଏଥିରେ ଯାତ୍ରା ସମୟରେ ଠକୁଥିବା ଯାତ୍ରୀ ଖୁବ ସହଜରେ ଧରାପଡ଼ିବେ । ରେଳବାଇ ସଂରକ୍ଷଣ କେନ୍ଦ୍ରରେ କମ୍ପ୍ୟୁଟରରେ ସମସ୍ତ ଣ୍ରେଣୀର ରିଜର୍ଭେସନ ପାଇଁ ଆଧାର ନମ୍ବୀ ଦେବା ଜରୁରୀ ହେବ । ପର୍ବପର୍ବାଣୀ ସମୟରେ ଦିଲ୍ଲୀ ଓ ମୁମ୍ବାଇ ପରି ବଡ଼ ବଡ଼ ସହରେ ଅଧିକରୁ ଅଧିକ ଲୋକ ଟିକେଟ ନକରି ଯାତ୍ରା କରୁଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଟ୍ରାଭେଲ ଏଜେଣ୍ଟଓ ଦଲାଲଙ୍କ ନାମରେ ଟିକେଟ୍ ବୁକ କରାଇ ଯାତ୍ରା ସମୟରେ ଲୋକଙ୍କୁ ଅଧିକ ମୂଲ୍ୟରେ ଟିକେଟ ବିକ୍ରି କରନ୍ତି । ଯାତ୍ରୀଙ୍କୁ ନକଲି ଆଇଡ଼ି ମଧ୍ୟ ଉପଲବ୍ଧ କରାନ୍ତି । ଆଧାର କାର୍ଡ଼ ଅନିବାର୍ଯ୍ୟ ହେବା ପରେ ଏପରି ଠକାରୀ ନହୋଇ ଯାତ୍ରୀ ମାନେ ସୁବିଧାରେ ଯାତ୍ର କରପାରିବେ ବୋଲି ଆଶା କରାଯାଉଛି ।