ଇଚ୍ଛା ଆଗରେ ହାର ମାନିଲା ଚାକିରି ! ଅମେରିକା ଲୋକଙ୍କର ଜଳପରୀ ହେବାର ଅଜବ ନିଶା

102

ସଉକ ହେଉଛି ମନୁଷ୍ୟର ସବୁଠାରୁ ବଡ ଜିନିଷ । ପ୍ରତ୍ୟେକ ମନୁଷ୍ୟ ନିଜର କିଛି ସ୍ୱତନ୍ତ୍ର ରୁଚିକୁ ନେଇ ବଂଚିବାର ଇଚ୍ଛା ରଖିଥାନ୍ତି । ଆଉ ମନୁଷ୍ୟର ସଉକ କଥା ଯେତେବେଳେ ଉଠିଥାଏ ସେତେବେଳେ ସେ କୈାଣସି ପ୍ରକାରରେ ମଧ୍ୟ ନିଜର ସଉକକୁ ପୂରଣ କରିବାକୁ ଚେଷ୍ଟା କରିଥାଏ ।

ଆମେ ଯଦି ସଉକର କଥାକୁ ଭାବିବା ତ’ଏମିତି କିଛି ରୋଚକତଥ୍ୟ ସାମ୍ନାକୁ ଆସିଛି ଆଉ ସେହି ତଥ୍ୟ ମୂତାବକ କିଛି ଲୋକଙ୍କର କିଛି ଅଦଭୁତ ଇଚ୍ଛା ରହିଥାଏ । ଆମେରିକାର କିଛି ଲୋକଙ୍କର ଏମିତି ଏକ ସଉକ ଏବେ ସମ୍ନାକୁ ଆସିଛି ।

ଆମେରିକାର କିଛି ଲୋକଙ୍କୁ ଜଳପରୀ ଏତେ ଭଲ ଲଗିଥାଏ, ଯେ ସେମାନେ ନିଜେ ହିଁ ଜଳପରୀ ହେବାକୁ ଇଚ୍ଛା ରଖିଥାନ୍ତି,ଏମାନଙ୍କୁ “ମେରଫଲକ୍’ ବୋଲି କୁହାଯାଇଥାଏ । “କାଇଟଲିନ୍ ନିଲସେନ୍’ ନାମ୍ନୀ ଜଣେ ମହିଳା ଏହି ସିକ୍ରେଟ୍ କମ୍ୟୁନିଟିର ସଦସ୍ୟା ଅଟନ୍ତି । ଏହି ମହିଳା ଜଣକ ଜଣେ ସାଧାରଣ ମହିଳା ଭାବରେ ନୁହଁ, ଜଳପରୀର ଜୀବନ ବଂଚିଥାନ୍ତି ।

କାଇଟଲିନଙ୍କର ପିଲାବେଳୁ ଜଳପରୀ ହେବାର ନିଶା ରହିଥିଲା, ତେଣୁ ସେ ଜଳପରୀ ହେବା ସହିତ ଆହୁରି ବହୁତ ଲୋକଙ୍କୁ ଜଳପରୀ ହେବାର ତାଲିମ ମଧ୍ୟ ଦେଉଛନ୍ତି ।

ଲୋକଙ୍କ ମଧ୍ୟରେ ଜଳପରୀ ହେବାର ଏମିତି ନିଶା ରହିଛି ଯେ, ଗୋଟିଏ ବର୍ଷ ସେମାନେ ତାଙ୍କର ଜଳପରୀ ହେବାର ପୋଷାକ ତିଆରି କରିବା ପାଇଁ ନିଅନ୍ତି, ଏବଂ ଏହାପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏମାନେ ସମସ୍ତେ ଦୁନିଆସାରା ବୁଲି ଜଳପରୀରେ ରୁଚି ରଖୁଥିବା ଲୋକଙ୍କୁ ଭେଟି ତାଙ୍କୁ ତାଲିମ୍ ମଧ୍ୟ ଦେଇଥାନ୍ତି ।

ଜଳପରୀ ହେବାର ନିଶା କେବଳ ଝିଅ ମାନଙ୍କର ନ’ଥାଏ, କିଛି ପୁଅଙ୍କର ମଧ୍ୟ ଜଳପରୀ ହେବାର ନିଶା ରହିଥାଏ, ଏବଂ ସେମାନେ ଜଳପରୀ ଭାବରେ ନିଜର ଜୀବନ ମଧ୍ୟ ଅତିବାହିତ କରିଥାନ୍ତି । କିଛିଲୋକ ଏମିତି ବି ଅଛନ୍ତି, ଯେଉଁମାନେ ତାଙ୍କର ଏହି ନିଶା ପାଇଁ ଚାକିରି ପର୍ଯ୍ୟନ୍ତ ଛାଡିଦେଇଥିବାର ନଜିର ମଧ୍ୟ ରହିଛି ।