ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣା : କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚ ଟିମ୍; ନିଜେ ଅନୁଧ୍ୟାନ କଲେ ଏଡିଜି ଅରୁଣ ବୋଥ୍ରା

1,438

କନକ ବ୍ୟୁରୋ : ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ । ନିଜେ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଉପସ୍ଥିତ ଅଛନ୍ତି । କ୍ରାଇମସ୍ପଟରେ ଡିଜିଟାଲ ସ୍କାନର ଲଗାଯାଇଛି । ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି । ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରେଟୋରିକୁ ପଠାଯାଇଛି ।

ତଦନ୍ତରେ ସହଯୋଗ ପାଇଁ ଦିଲ୍ଲୀରୁ ଆସିଛନ୍ତି ସ୍ୱତନ୍ତ୍ର ଟିମ୍ । ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ । ମନ୍ତ୍ରୀ ନବଦାସଙ୍କ ଛାତି ଚିରି ପାର ହୋଇଯାଇଥିଲା ଗୁଳି । ଘଟଣାସ୍ଥଳରୁ ମିଳିଛି ଦୁଇଟି ଗୁଳିର ଖୋକା । ତେବେ ଯେଉଁ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ସେହି ଗୁଳିକୁ ଖୋଜା ଚାଲିଛି । ଗୁଳି ପିଠିପଟେ ବାହାରି ଚାଲିଯାଇଥିବାରୁ ଘଟଣାସ୍ଥଳରେ ପଡ଼ିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଫାରୋ କ୍ୟାମେରା ଲଗାଇଲା କ୍ରାଇମବ୍ରାଞ୍ଚ । ବେଲଜିୟମ ତିଆରି ବନ୍ଧୁକରୁ ଗୁଳି ହୋଇଥିବା ସୂଚନା ମିଳିଛି ।