ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସ୍ୱତନ୍ତ୍ର ଅଭିଯାନରେ ନିଖୋଜ ପିଲାଙ୍କୁ କଲେ ଉଦ୍ଧାର, ମାତ୍ର ୮ ଦିନରେ ସାରା ରାଜ୍ୟରୁ ୮୯୪ ପିଲା ଉଦ୍ଧାର ।

778

କନକ ବ୍ୟୁରୋ: ସଫଳ ହେଉଛି ସ୍ପେଶାଲ ଡ୍ରାଇଭ୍ । ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ଡ୍ରାଇଭ୍ । ଯେଉଁଥିରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ ଥିବାବେଳେ ୮୦୦ ଜଣ ବାଳିକା ଥିବା ରାଜ୍ୟ ପୋଲିସ ବିଭାଗ ସୂଚନା ଦେଇଛି ।

ସବୁଠାରୁ ବଡ଼କଥା ହେଲା କି, ଏହି ସ୍ୱତନ୍ତ୍ର ଅଭିଯାନରେ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାର ୧୨୭ ଜଣ ପିଲା, ମୟୂରଭଞ୍ଜର ୧୧୧ ଏବଂ ବାଲେଶ୍ୱରର ୮୮ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାକି ଅନ୍ୟ ସବୁ ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ତେବେ ନିଖୋଜ ପିଲାମାନଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ତେବେ ଏହି ଉଦ୍ଧାର କାର୍ଯ୍ୟ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଆରକ୍ଷୀଙ୍କ ଅଧିକ୍ଷକଙ୍କ ଦ୍ୱାରା କରାଯାଇଥିଲା । ଆଉ ଏଭଳି ଭଲ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ଡିଜିପି ଅଭୟ ।