ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ପକ୍ଷରୁ ମିଳିଲା ଜାମିନ୍

162

କନକ ବ୍ୟୁରୋ: ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି । ୨ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବାପା-ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ଗତ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘ ୬୦ ଦିନର ବ୍ୟବଧାନ ପରେ ତାଙ୍କୁ ଜାମିନ୍ ମିଳିଛି । ସମୟ ସୀମା ଭିତରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଦୁହିଁଙ୍କୁ ଜାମିନ୍ ମିଳିଯାଇଛି । ଦୁଇ ମାସ ତଳେ ଆଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଘରେ ଯାଞ୍ଚ ହୋଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ତାଙ୍କ ପୁଅ ମଧ୍ୟ ଚାକିରି ଦେବା ନାଁରେ ଅନେକ ଲୋକଙ୍କୁ ଠକି ଥିବା ନେଇ ଅଭିଯୋଗ ଆସିଥିଲା । ଯାହାପରେ ଦୁହିଁଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା । ଏହାକୁ ନେଇ ରାଜନୀତି ମହଲରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ପାଠକ ବାପା-ପୁଅଙ୍କ ସହ ସମ୍ପୃକ୍ତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ସହିତ ଗିରଫ ହୋଇ ଜେଲରେ ଅଛନ୍ତି ।