ଘରେ ପଶି ଦୁବୃର୍ତ୍ତ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଚରମ ଚେତାବନୀ: କହିଲେ, ଏଫଆଇଆର ଦେବିନି, କାଟିବି ଅଭିଯୁକ୍ତର ବେକ

11,405

କନକ ବ୍ୟୁରୋ: ଖୁସି…ଏ ମା’ ଖୁସି । କୁଆଡେ ଗଲୁରେ ମା’ । ବାହୁନି ବାହୁନି ହୋଇ କାନ୍ଦୁଛନ୍ତି ସମ୍ପର୍କିୟ । ଯେଉଁ କୁନି ଝିଅର ମୁହଁ ଚାହଁ ଖସଖୁସିରେ ପରିବାର ପୁରି ଉଠୁଥିଲା ସେ, ଝିଅର ତଂଟି କାଟି ଅତି ନିର୍ମମ ଭାବରେ ହତ୍ୟା ହୋଇଯାଇଛି ।

ନାମ: ଖୁସି ସାହୁ
ବୟସ: ୧୨ ବର୍ଷ
ଶ୍ରେଣୀ: ସପ୍ତମ

୧୨ ବର୍ଷର ନାବାଳିକା ଖୁସିକୁ ତଂଟିକାଟି ହତ୍ୟା କରିଛି ଜଣେ ଯୁବକ । ଦିନ ଦ୍ୱିପ୍ରହରରେ ଅନୁଗୁଳ ସହରରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ହତବାକ କରିଛି । ମୃତ ନାବାଳିକା ହେଉଛନ୍ତି ଭାଗିରଥି ସାହୁଙ୍କ ଝିଅ ଖୁସୀ । ଖୁସି ତାଙ୍କ ମାଆଙ୍କ ସହ ଘରେ ଥିଲେ । ହଠାତ୍ ଜଣେ ଦୁର୍ବୃତ ଜୋର ଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରିଥିଲା । ଝିଅର ମାଆ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ ତାକୁ ଧକ୍କା ମାରି ଘରେ ପଶିବା ସହ ନାବାଳିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖୁସୀର ବେକକୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ପରିବାର ଲୋକେ ଖୁସୀଙ୍କୁ ମେଡିକାଲ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏକତରଫା ପ୍ରେମରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରଯାଉଛି । ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ଘରେ ପଶି ଜଣେ ନାବାଳିକା ଝିଅଙ୍କୁ ହତ୍ୟା କରିବା ଘଟଣା ସାରା ଅନୁଗୁଳ ସହରରେ ଚର୍ଚ୍ଚା ଖେଳାଇ ଦେଇଛି ।