ଟିଆରଏସର ବିଜୟ ଉତ୍ସବରେ ୯୦ କିଲୋର କେକ୍ ବଢ଼ାଇଲା ଶୋଭା : କେକରେ ଦେଖାଗଲା ଦଳୀୟ ନିର୍ବାଚନୀ ଚିହ୍ନ ଥିବା କାର୍

ବିଜୟ ଉତ୍ସବ ମନାଉଛି ଟିଆରଏସ୍

115

ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍) ଦଳର ଅଧ୍ୟକ୍ଷ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିର୍ବାଚନୀ ବିଜୟ ପାଇଁ ଦଳୀୟ ମୁଖ୍ୟ ଅଫିସରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଏହି ବିଜୟ ଉତ୍ସବର ଶୋଭା ବର୍ଦ୍ଧନ କରିଛି ୯୦ କିଲୋର ଗୋଲାପୀ ରଙ୍ଗର କେକ୍। କେକରେ ଏକ କାର୍ ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ କାରଟି ହେଉଛି ଟିଆରଏସର ନିର୍ବାଚନୀ ଚିହ୍ନ। ଏହା ବ୍ୟତୀତ କେକରେ ଚନ୍ଦ୍ରଶେଖର ରାଓଙ୍କ ଯୋଜନାଗୁଡ଼ିକ ବି ଦୃଶ୍ୟମାନ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, କେ ଚନ୍ଦ୍ରଶେଖର ରାଓ ଗଜେବେଲ୍ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୫୧ ହଜାରରୁ ଊର୍ଧ୍ୱ ମତରେ ବିଜୟ ଲାଭ କରିଛନ୍ତି।

ତେଲେଙ୍ଗାନା କେବଳ ଟିଆରଏସର ବିଜୟ ଉତ୍ସବ ମନାଉ ନାହିଁ। ତେଲଗୁ ଦେଶମ ପାର୍ଟି(ଟିଡିପି) ଓ ଅନ୍ୟ ଦୁଇ ଦଳ ସହ ଗଠବନ୍ଧନ କରିଥିବା ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମତଦାନ ପ୍ୟାନେଲରେ ଅଭିଯୋଗ ହୋଇଛି ଯେ ଇଲେକଟ୍ରୋନିକ୍ସ ଭୋଟିଂ ମେସିନ୍ ଜାଲିଆତି ଦ୍ୱାରା ଟିଆରଏସ ନିର୍ବାଚନ ଜିତିଛି।